Breaking News

ଓଡ଼ଗାଁ ଅଂଚଳରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ..ସୁନାମୁଁହିଁରେଗୋଷ୍ଠୀ ସଂକ୍ରମଣ ଆଶଙ୍କା


ଓଡ଼ଗାଁ/କୁରାଳ- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁଁହିଁ ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଅଛନ୍ତି। ଗତ କିଛି ଦିନ ଧରି ନିଜର ଦେହ ଅସୁସ୍ଥ ହେବା କାରଣରୁ ସେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ  । ସେଠାରେ ଡାଇବେଟିସ ମଧ୍ୟ ଚେକ କରିଥିଲେ ।ଏବଂ ପରେ ସୁନାମୁହିଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଲାଇନ ମଧ୍ୟ ନେଇଥିଲେ । କିନ୍ତୁ ଅସୁସ୍ଥତା ଥମିବାର ନାଁ ନ ନେବାରୁ ୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ ଯାଇଥିଲେ ।ସେଠାରେ ତାଙ୍କର  କରୋନା ଟେଷ୍ଟ କରାଯାଇଥିଲା।  ରିପୋର୍ଟ ପଜିଟିଭ ଆସିଛି ବୋଲି ସୁନାମୁଁହିଁ ସରପଞ୍ଚ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଖବର ଜଣାପଡିବା ପରେ ତାଙ୍କ ପରିବାର ୩ ଏବଂ  ସଂସ୍ପର୍ଶରେ ଆସିଥିବା କୁରାଳ ୩ ମୋଟ ୬ ଜଣଙ୍କୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଲକ୍ଷ୍ୟ କରି ସେମାନଙ୍କୁ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରଖାଯାଇଛି ବୋଲି କୁରାଳ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts