Breaking News

ରୋଗକୁ ଘୃଣା କର ରୋଗୀକୁ ନୁହେଁ ସ୍ୱରରେ ଗୁଞ୍ଜି ଉଠିଲା ପିପିଲି ପାଲି..



  ବରଗଡ଼ ---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପିପିଲିପାଲି ଗ୍ରାମ ଠାରେ ୟୁଥ ଏସୋସିଏସନ ଓ ଭରଷା ପରିବାର ର ଆନୁକୂଲ୍ୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଚୀନ ସୀମାରେ ଦେଶ ପାଇଁ ଶହୀଦ ହୋଇଥିବା ୨୦ଜଣ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ  କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଭେଡେନ ବ୍ଲକର ପିପିଳିପାଲି ଚିହ୍ନଟ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ସେହି ଚାରି ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  କରୋନାରୁ କିପରି ମାନବ ସମାଜକୁ ସୁରକ୍ଷିତ ରଖା ଯାଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ରୋଗକୁ ଘୃଣା କର ରୋଗୀକୁ ନୁହେଁ ଏହି କାର୍ଯ୍ୟକ୍ରମର ମୂଳମନ୍ତ୍ର ରହିଥିଲା।ସେହିପରି ସ୍ବେଚ୍ଛାସେବୀ ମାନଙ୍କଦ୍ୱାରା  କରୋନା ଲଢେଇରେ ପୂର୍ଣ୍ଣ ମାତ୍ରାରେ ସଂଶ୍ଲିଷ୍ଟ ରହି ବ୍ଲକର ଜନସାଧାରଣଙ୍କ ମନୋବଳ ବଢାଇବା ପାଇଁ ଭେଡେନ ବ୍ଲକ ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ ଗୀତ ମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ । ତହସିଲଦାର ସୀମା ସବିତା କୁଲୁ ଏବଂ ଭେଡେନ ଥାନା ଅଧିକାରୀ ହେମନ୍ତ ରାଓ ଓ ପପଙ୍ଗା ସରପଞ୍ଚଙ୍କୁ  ପୁଷ୍ପମାଲ୍ୟ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କରୋନା ପ୍ରତିହତ ପାଇଁ ନିଜର କଲମ ମଧ୍ୟରେ ଅହରହ ଚେଷ୍ଟିତ ଥାଇ ଜନସାଧାରଣଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭେଡେନ ବ୍ଲକର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସମାଜସେବୀ ହୀରା ମହାକୁର,ଜେମ୍ସ ରନବିଡା,ସଭା କାର୍ଯ୍ୟଟିକୁ ପରିଚାଳନା କରିଥିଲେ , ସମାଜସେବୀ ଟୁକୁ ଦ୍ଵାରି,ସାମ୍ବାଦିକ ମୁକୁନ୍ଦ ଷଡ଼ଙ୍ଗୀ,ଜ୍ୟୋତିରଞ୍ଜନ ମହାପାତ୍ର ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ମନୋବଳ ବଢ଼ାଇ ଥିଲେ।କାର୍ଯ୍ୟକ୍ରମରେ ପିପିଲିପାଲି ଗ୍ରାମର ଯୁବକମାନେ ସକ୍ରିୟ ସହଯୋଗ କରିଥିବାବେଳେ ଭରଷା ପରିବାର ର ମୂଖ୍ୟ ଟୁକୁ ଦ୍ୱାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ପଶ୍ଚିମ ଓଡ଼ିଶାରୁ ବ୍ୟୁରୋ ହେଡ଼ ନବୀନ ଦାଶଙ୍କ ରିପୋର୍ଟ.....

Blog Archive

Popular Posts