ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ
ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁଁହିଁ ଗ୍ରାମର ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ ଉକ୍ତ ବ୍ୟବସାୟୀଙ୍କର ନାମ ସୁଧାଂଶୁ ଚୌଧୁରୀ(ବବି)(୫୧) । ଗତ ଦୁଇଦିନ ଧରି ତାଙ୍କର ଦେହ ଖରାପ ଥିଲା । ଆଜି ହଠାତ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ସୁନାମୁଁହିଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରୁ ଓଡ଼ଗାଁ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନୟାଗଡ଼ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ହୃଦଘାତ ବୋଲି ଅସମର୍ଥୀତ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ଏହି ବ୍ୟକ୍ତି ଜଣଙ୍କ ସୁନାମୁହିଁରୁ ଚିହ୍ନଟ ହୋଇଥିବା ବାହ୍ୟ କରୋନା ଆକ୍ରାନ୍ତଙ୍କ ନିକଟ ସଂମ୍ପର୍କୀୟ ହୋଇଥିବାରୁ ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ନାନାଦି ଆଲୋଚନା ସୃଷ୍ଟି ହୋଇଛି । ଏପରି ଗୁଜବକୁ କେହି ବିଶ୍ବାସ କରିବା ଠିକ୍ ନୁହେଁ ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ