Breaking News

ଟାଇଗର କ୍ଲବର ପ୍ରଥମ ସ୍ୱନକ୍ଷେତ୍ର ଦିବସରେ ରକ୍ତଦାନ ଶିବିର

ବରୀ ---   ନିଜର ଶୁଭ ଦିନକୁ ନିଆରା ଢଙ୍ଗରେ ପାଳନ କରନ୍ତୁ , ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାନ୍ତୁ । ବରୀ ବ୍ଲକ ଅନ୍ତର୍ଗତ ଗମୁପଞ୍ଚାୟତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟାଇଗର କ୍ଲବର ପ୍ରଥମ ସ୍ୱନକ୍ଷେତ୍ର ଦିବସରେ ରକ୍ତଦାନ ଶିବିର ଆୟୋଜନ କରି ବରୀ ଅଞ୍ଚଳରେ ବେଶ ଚର୍ଚ୍ଚିତ । ରାଜ୍ୟରେ କରୋନା ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଯାଇଛି । ଏହାକୁ ଲକ୍ଷ୍ୟ କରି     ସମାଜସେବୀ ସତ୍ୟ ରଂଜନ କରଙ୍କ ନେତୁତ୍ୱରେ ରାଜିବୀ ଗାନ୍ଧୀ କେନ୍ଦ୍ର ପରିସରରେଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ବରୀ ତହସିଲଦାର ସରୋଜକାନ୍ତ ନାୟକ,ଗମୁ ସରପଞ୍ଚ ଝୁନାରାଣି ସେଠୀ, ସମିତି ସଭ୍ୟ ଅଙ୍କୁର ମଲ୍ଲିକ,ଶିକ୍ଷାବିତ୍ ଅଦୈତ ବଲ୍ଲଭ ଜେନା ଉପସ୍ଥିତ ରହିଥିଲେ ।  ହେମନ୍ତ ମହାପାତ୍ର,ମାର୍କଣ୍ଡ ନାୟକ, ହେମନ୍ତ ନାୟକ, ସନ୍ତୋଷ ନାୟକ, ପାଣ୍ଡବ ମହାପାତ୍ର, ପ୍ରଭାତ ଜେନା, ଜଗଦିଶ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଯାଜପୁର ୩୩ ୟୁନିଟ ଓ କେନ୍ଦ୍ରପଡା ରକ୍ତ ଭଣ୍ଡାର କର୍ମଚାରୀମାନେ୨୫ ୟୁନିଟ ମୋଟ ୫୮ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଗମୁ ପଞ୍ଚାୟତର ବରିଷ୍ଠ ନାଗରିକ, ବୃଦ୍ଧିଜୀବି,କୃଷକ, ଛାତ୍ର,ଯୁବକ ଓ ଶିକ୍ଷକମାନେ ଉପସ୍ଥିତ ରହି ଟାଇଗର କ୍ଲବର ଏଭଳି ମହତ୍ୱ କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ । କ୍ଲବ ସଭାପତି ଅଶୋକ କୁମାର ସେଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ରାଜ କିଶୋର ଦାସ ଧନ୍ୟବାଦ୍ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଟାଇଗର କ୍ଲବରସଭ୍ୟ ଦୀପକ କୁମାର ସେଠୀ,ବିମଳ ସେଠୀ,ଚନ୍ଦ୍ରକାନ୍ତ ସେଠୀ,ଚନ୍ଦ୍ରକାନ୍ତ ସେଠୀ, ଅନିଲ ସାମଲ,ନାରାୟଣ ସେଠୀ, ପ୍ରଦୀପ ସେଠୀ ଓ ଗମୁ କାର୍ତ୍ତିକ ଶ୍ୱର ଯୁବକ ସଂଘର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ । 
ଯାଜପୁର ବରୀ - ଦର୍ଶନ ବେହେରା

Blog Archive

Popular Posts