ପିପିଲି ରେ ଯୋଗଦେଲେ ଶିଶୁ ବିକାଶ ଅଧିକାରୀଣି
ପିପିଲି-----ସମନ୍ୱିତ ଶିଶୁ ବିକାଶ ଯୋଜନା ପିପିଲି କାର୍ଯ୍ୟାଳୟରେ ନୁତନ ଭାବେ ଶୁଭଲକ୍ଷ୍ମି ପଟ୍ଟନାୟକ ଯୋଗ ଦେଇଛନ୍ତି । ପିପିଲି ଶିଶୁ ବିକାଶ ଅଧିକାରିଣି କଳ୍ପନା ଜେନାଙ୍କ ଅକାଳ ବିୟୋଗ ପରେ ଏହି ପଦବୀରେ ସତ୍ୟବାଦୀ ଶିଶୁ ବିକାଶ ଅଧିକାରୀଣି ପ୍ରେମ ବାନା ତ୍ରିପାଠୀ ଦାୟିତ୍ୱରେ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ମୁନିସିପାଲିଟି ଶିଶୁ ବିକାଶ ଅଧିକାରିଣୀ ଶୁଭଲକ୍ଷ୍ମୀ ପଟ୍ଟନାୟକଙ୍କୁ ପିପିଲି ଶିଶୁ ବିକାଶ ଅଧିକାରିଣି ଭାବେ ବଦଳି କରାଯାଇଥିଲା । ପିପିଲି ର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟରେ ବୁଧବାର ଦିନ ସେ ଯୋଗ ଦେଇଛନ୍ତି । ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ,ସୁପରଭାଇଜର ଶୁଶ୍ରି ସଙ୍ଗିତା ସାମନ୍ତରାୟ,ମା ମମତା ଉତ୍ପାଦକ ଗୋଷ୍ଠି ସମ୍ପାଦିକା ଝୁନାମଣୀ ମଲ୍ଲିକ ପ୍ରମୁଖ ଫୁଲ ତୋଡା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି ।
ପିପିଲି ରୁ ବିଜୟ କୁମାର ମହାପାତ୍ର