ବିଶ୍ବ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ
ବରୀ : ମହାମାରୀ କରୋନା ପାଇଁ ସରକାର ନିୟମ ଅନୁଶାରେ ସାମାଜିକ ଦୂରତା ଅବଲମ୍ବନ କରି ବିଶ୍ବ ଆର୍ନ୍ତଜାତିକ ଯୋଗ ଦିବସ ବାଲିବିଲି ପଞ୍ଚାୟତ ର ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ଯକ୍ରମ କୁ ବରୀ ଅଞ୍ଚଳର ବିଶଷ୍ଟ ସମାଜସେବୀ ମଦନ ମୋହନ ପତି ଉଦଘାଟନ କରିଥିଲେ। ଯୁବ ସମାଜସେବୀ ଡ଼ଃ ବିଶ୍ବନାଥ ତ୍ରିପାଠୀ ଯୋଗ ଦେଇ ବର୍ତ୍ତମାନ ସାର୍ମ୍ପତିକ ପରିସ୍ଥିତି ରେ ଯୋଗ ର ଉପାଦେୟତା ଓ ପ୍ରୟୋଗ କି ଭଳି ଭାବେ ମଣିଷ କୁ ସୁସ୍ଥ ଏବଂ ନିରାମୟ କରେ ସେ ବିଷୟ ରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ କାଶିନାଥ ମହାବିଦ୍ୟାଳୟ ର କ୍ରିଡ଼ା ଅଧ୍ୟାପକ ଦେବବ୍ରତ ପତି ଏବଂ ଉଷାରାୟ ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ର ବନ୍ଦନା ପଣ୍ଡା ଉକ୍ତ ଯୋଗ ଶିବିରଟିକୁ
ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ପତି,କଲ୍ୟାଣ ସୁନ୍ଦର ପତି,ସୋମ୍ୟରଞ୍ଜନ ପତି, ଓମପ୍ରକାଶ ପତି,ଜ୍ୟୋତିପ୍ରକାଶ ଦାଶ,ସସ୍ମିତା ପତି,କରମବିର ପତି,ବିବେକାନନ୍ଦ ନାଥ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ପାଢ଼ି ଧନ୍ୟବାଦ ଅର୍ପଣ କରିଥିଲେ |
ଯାଜପୁର ବରୀରୁ ଦର୍ଶନ ବେହେରା