Breaking News

ଡେଲାଙ୍ଗ ବ୍ଳକରେ ବର୍ଷାଜଳ ସଂରକ୍ଷଣ କରି ଚାଷ କାର୍ଯ୍ୟ କରିବା ପାଇଁ ୭୮ଟି ପୋଖରୀ ଖନନ

ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ବର୍ଷାଜଳ ସଂରକ୍ଷଣ କରି ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ରାଜ୍ୟ ସରକାରଙ୍କ ପୁରୀ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଧାନକେରା, ଅଭୟମୁଖୀ ଓ ମୁନିନ୍ଦା ଗ୍ରାମ ପଞ୍ଚାୟତରେ ୭୮ଟି ବଡ ଓ ଯୁଦ୍ର ପୋଖରୀ ଖନନ କରାଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ ଲକ ଡାଉନ ସହ ସଟ ଡାଉନ ଜାରି କରାଯାଇଛି । ଏପରିକି ଲୋକମାନେ କାମ ଧନ୍ଦା ନ ପାଇ ଭୋକ ଉପାସରେ କାଳତି ପାତ କରୁଛନ୍ତି । ଲୋକମାନଙ୍କୁ କାମ ଯୋଗାଇ ଦେବା ପାଇଁ  ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ପୋଖରୀ ଖୋଲିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଯାହା ଫଳରେକି ଡେଲାଙ୍ଗ ବ୍ଳକର ଦୁଇ ଶହରୁ ତିନିଶହ ଜବକାର୍ଡ ଧାରୀ ମାନେ ଏହି ଯୋଜନାରେ ସାମିଲ ହୋଇ ପାରିଛନ୍ତି । କେତେକ କାର୍ଡଧାରୀ ସାତଦିନରୁ ୩୦ ଦିନ ପର୍ଯ୍ୟନ୍ତ ଏହି ପୋଖରୀ ଖନନ କାର୍ଯ୍ୟରେ ସାମିଲ ହୋଇଥିବାର ଜଣାପଡିଛି ।  ବିଶେଷ କରି ଉକ୍ତ ପଞ୍ଚାୟତ ଗୁଡିକ ଡେଲାଙ୍ଗ ବ୍ଳକର ସବୁଠାରୁ ଖାଲୁଆ ଅଞ୍ଚଳ ଭାବେ ପରିଚିତ । ଡେଲାଙ୍ଗ ବ୍ଳକର ଅନ୍ୟ ପଞ୍ଚାୟତରେ ବନ୍ୟା ପାଣି କମିଲେ ଉକ୍ତ ପଞ୍ଚାୟତରେ କୃତିମ ବନ୍ୟା ସୃଷ୍ଟି ହୋଇଥାଏ । ଯାହା ଫଳରେକି ଚାଷୀ ମାନେ କରିଥିବା ଫସଲ ନଷ୍ଟ ହୋଇଯାଇଥାଏ । ଏହାକୁ  ନର୍ଜର କରି ବିଭିନ୍ନ ଆୟତନର ପୋଖରୀ ଖନନ କରାଯାଇଛି । ଯାହାକି ଚାଷୀ ମାନେ ବର୍ଷା ଜଳ ଓ ବନ୍ୟାଜଳକୁ ସଂରକ୍ଷଣ କରି  ସେହି ପୋଖରୀ ହୁଡାରେ କମ ଦିନରେ ୍ରଆୟ ଦେଉଥିବା ବିଭିନ୍ନ ଫଳ, ପନିପରିବା ସହିତ ମାଛ ଚାଷି କରି ନିଜର ଆୟକୁ ଦୁଇଗୁଣିତ କରି ପାରିବେ  ବୋଲି ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କହନ୍ତି । ଏହି ପୋଖରୀ ଖନନ ପାଇଁ ଚାଷୀ ଟଙ୍କାଟିଏ ଦେବାକୁ ପଡିବ ନାହିଁ ବୋଲି ଜଣାପଡିଛି । ଏହି ଯୋଜନା କେବଳ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଦାମୋଦର ପାଣିଗ୍ରାହୀ କହନ୍ତି ।  ଏହି ଯୋଜନା ଡେଲାଙ୍ଗ ବ୍ଳକରେ ବେଶ ଆଗ୍ରହ ପ୍ରକାଶ ପାଉଥିବା ଜଣାପଡିଛି । ଅନ୍ୟ ପକ୍ଷେ କେତେକ ଚାଷୀ ଏହି ଯୋଜନାରୁ ବାଦ ପଡିଥିବାରୁ ସେମାନେ ବିଭିନ୍ନ କାର୍ଯ୍ୟାଳୟରେ ଦରଖାସ୍ତ କରିଥିବା ଜଣାପଡିଛି । ବାଦ ପଡିଥିବା ଚାଷୀ ମାନଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts