ତୈଳଦର ବୃଦ୍ଧିକୁ ନେଇ ଅତାବିରା କଂଗ୍ରେସ ଦଳର ବ୍ଲକ ଘେରାଉ..
ବରଗଡ଼---- କରୋନା ମହାମାରୀ ତାର ତାଣ୍ଡଵ ଲୀଳା ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି । ମଧ୍ୟବିତ୍ତ ତଥା ଗରିବ ଖଟିଖିଆ ମାନଙ୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡିଛି । ଲୋକେ କାମଧନ୍ଦାକୁ ଯାଇ ନ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଅନ୍ୟ ପକ୍ଷରେ ତୈଳଦର ବୃଦ୍ଧି ହେବା ଯୋଗୁଁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡିକର ମୂଲ୍ୟ ବୃଦ୍ଧି ହେବା ସହ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି।ତୈଳ ଦର ବୃଦ୍ଧି ଯୋଗୁଁ ଚାଷ କାର୍ଯ୍ୟରେ ନିୟୋଜିତ କୃଷି ଯନ୍ତ୍ରପାତି ଗୁଡିକର ଦାମ ମଧ୍ୟ ବଢୁଛି।ଏହି ସବୁ ସମସ୍ୟାକୁ ଆଧାର କରି ଆଜି ଅତାବିରା କଂଗ୍ରେସ ଦଳ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହି ଅବସରରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆନ୍ତର୍ଜାତିୟ ସ୍ତରରେ ତୈଳ ଦର ବଢିଲେ ରାଜ୍ୟ ତଥା ଦେଶରେ ବୃଦ୍ଧି ହେବା କଥା। କିନ୍ତୁ ଆନ୍ତର୍ଜାତିୟ ସ୍ତରରେ ତୈଳଦର କମ ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦର ବୃଦ୍ଧି କରି ଲିଟର ପିଛା ୫୦ଟଙ୍କା ଉତ୍ପାଦ ଶୁଳ୍କ ସହ ଅଧିକ ଭାଟ ଆକାରରେ ଆଦାୟ କରୁଛନ୍ତି ବୋଲି ଶ୍ରୀ ମହାନନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଫଳରେ ସାଧାରଣ ଖାଉଟି ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଘେରାଉ ସମୟରେ ଅଭିନାଶ ପ୍ରଧାନ,ଜିତୁ ଭୋଇ,ଦୀପକ ରଏ,ଉସମାନ ଖାନ,ଲକ୍ଷ୍ମଣ ସାହୁ ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.