Breaking News

ରେଞ୍ଚ ପଞ୍ଚାୟତର ୪ ଓ୫ ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଅପେକ୍ଷାରେ

 ଡେଲାଙ୍ଗ -----ଜୈନକ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ପୁରୀରେ କାର୍ଯ୍ୟରତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ରେଞ୍ଚ ଗ୍ରାମରେ । ସେ ଘରକୁ ଆସିବା ସହ କିଛି ସାଙ୍ଗ ସାଥିଙ୍କ ସହ ବଜାରରେ ବୁଲା ବୁଲି କରିଥିଲେ । ଏହାକୁ ନଜର କରି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ବିଡିଓ କ୍ଷୀରୋଦ୍ର ପ୍ରଧାନ ପୁରୀ ଜିଲ୍ଲାପାଳଙ୍କୁ ଉକ୍ତ ପଞ୍ଚାୟତର ୪ ଓ୫ ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣ କରିବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଅନ୍ୟ ପକ୍ଷେ ସ୍ଥାନୀୟ ସରପଞ୍ଚ ପ୍ରତିମା ମଲିକ କଣ୍ଟେନମେଣ୍ଟ ଜୋନ ଘୋଷଣା  ପାଇଁ  ଅପେକ୍ଷା କରିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts