Breaking News

ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୯୨ତମ ଶ୍ରାଦ୍ଧଉତ୍ସବ ପାଳିତ

ସାକ୍ଷୀଗୋପାଳ ----  ଦୁଖି ଦରିଦ୍ରର ସାଥୀ, ନିସ୍ୱାର୍ଥପର ଦେଶ ସେବା, ଡାକରା ସହିତ ଗୋପବନ୍ଧୁଙ୍କ ଦ୍ୱାରା ଲିଖିତ କବିତା ମିଶୁ ମୋର ଦେହ ଏ ଦେଶ ମାଟିରେ ....... ଆବୃତି କରି ଗୋପବନ୍ଧୁ ଦାସ ଅମର ରହେ ସ୍ଳୋଗାନ ମାନ ଦେଇ ସୁଆଣ୍ଡୋ ଗ୍ରାମରୁ ଶହ ଶହ ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ ରାଜନୈତିକ ନେତାଙ୍କ ଠାରୁ ଗୋପବନ୍ଧୁଙ୍କ ଦାୟଦ ମାନେ ଭାର୍ଗବୀ ନଦୀ ଘାଟକୁ ଯାଉଥିଲେ ।  ମାତ୍ର ଏ ବର୍ଷ ତାର ଠିକ ଓଲଟା ଦେଖିବାକୁ ମିଲିଥିଲା । ରାଜ୍ୟରେ କରୋନା ଯୋଗୁ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ସଭା ସମିତି, ହାଟ, ବଜାର, ବାହାଘର, ବ୍ରତଘର ଉପରେ ଲଗାଯାଇଛି ରୋକ । ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବାନ୍ଦିବା ବାଧ୍‌୍ୟକତା ମୂଳକ ଆଇନ କରାଯାଇଛି । ଏହାକୁ ଲକ୍ଷ୍ୟ କରି ଗୋପବନ୍ଧୁ ସ୍ମୁତି ପରିଷଦର ଆନ୍ୟୁକୂଲ୍ୟରେ ଆୟୋଜିତ ଶ୍ରାଦ୍ଧଦିବସ ରେ ଦାସ ପରିବାରର ସଦସ୍ୟ ଓ କିଛି ଗୋପବନ୍ଧୁ ପ୍ରେମୀ ମାନେ ଯୋଗ ଦେଇଥିଲେ ।   ସେ ଦିନର ଦୀନ ଦୁଖି ଗରିବ,  ମଳି ମୁଣ୍ଡୁଆ ଅସହାୟଙ୍କର ସାଥୀ ଦାସେ । ଜାତୀୟ ଜୀବନ ଗଠନର ଶେଷ୍ଠ କର୍ଣ୍ଣଧାର ସେବା ତ୍ୟାଗର ମୂତ୍ତି ମନ୍ତ ପ୍ରତୀକ ଉତ୍କଳୀୟ ଜନଜୀବନ ଧାରାର ଶେଷ୍ଠ  ପୁଷ୍ଠପୋଷକ ଉତ୍କଳମଣି ଗୋପବନ୍ଧୁ ଙ୍କର ଆବଶ୍ୟକତା ଆଜିର ଦିନରେ ରହିଛି । ସମାଜସେବା , ସାହିତ୍ୟ ଓ କୁସଂସ୍କାରକୁ ନିଜର ବ୍ରତୀ କରିଥିବା ସେହି ମହାପୁରୁଷଙ୍କ ଆତ୍ମ ଜୀବନି କୁ ଅନୁସରଣ କରିବା ସହ ବର୍ତ୍ତମାନର ଯୁବପୀଡି ଏଥିରେ ଅନୁପ୍ରାଣିତ ହେବାକୁ ପୁଣାତ୍ମାଙ୍କ ୯୨ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ଷଠି ଘରେ ଆୟୋଜିତ ସ୍ମୁତି ଚାରଣ ସଭାରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।
   ପ୍ରବିତ୍ର ନେତ୍ରୋତ୍ସବ ଓ ଜଗତରନାଥ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ତିଥିରେ  ଜନ୍ମ ମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତି ପରିଷଦର ଆନ୍ୟୁକୂଲ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୨ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଦାସଙ୍କ କୁଳଦେବତା ବିନୋଦବିହାରୀ ଦେବଙ୍କ ନୀତିକାନ୍ତି ସରିବା ପରେ  ପୁଣାତ୍ମାଙ୍କ ବାସଭବନ ନିକଟରୁ  ସ୍ମୁତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଗ୍ରାମ ମୁଣ୍ଡରେ ବୋହିଯାଇଥିବା  ଭାର୍ଗବୀ ନଦୀ ଘାଟକୁ ତିଳତର୍ପଣ ଶୋଭାଯାତ୍ରା ବାହାରିଥିଲା ।  ମାତ୍ର ଏ ବର୍ଷ ଉକ୍ତ ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ନବ ନିର୍ମାଣ ପଥର ଘାଟରେ ତିଳତର୍ପଣ କରାଯାଇଥିଲା ।   ଦାସ ବଂଶର କୁଳ ପୁରୋହିତ ଲକ୍ଷ୍ମୀକାନ୍ତ ନନ୍ଦ ପୁଣାତ୍ମା ଗୋପବନ୍ଧୁଙ୍କ ପିତୃ ଓ ମାତୃକୁଳର ତିନି ପୁରୁଷଙ୍କ ଉଦ୍ଧେଶ୍ୟରେ ବୈଦିକ ମନ୍ତ୍ର ପାଠ କରିବା ସହ ପରିବାରର ସଦସ୍ୟ ଓଯୋଗ ଦେଇଥିବା ଅତିଥି ମାନଙ୍କୁ ତିଳତର୍ପଣ କରାଇଥିଲେ । ସେଠାରୁ ଏକ ଶୋଭାଯାତ୍ରା ଷଠୀଘରେ ପହଞ୍ଚି ସମସ୍ତେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅନୁଷ୍ଠାନର କାର୍ଯ୍ୟକାରୀ ଉପସଭାପତି ଦେବେନ୍ଦ୍ର ନାଥ ଦାସ,  ରବିନ୍ଦ୍ର ନାଥ ଦାସ,  ରତିକାନ୍ତ ମିଶ୍ର, ରବୀନ୍ଦଅ ନାଥ ଦାଶ, ରାମ ଚନ୍ଦ୍ର ଦାଶ, ମହେନ୍ଦ୍ର ନାଥ ଦାଶ , ନିରଞ୍ଜନ ମହାପାତ୍ର, ଲକ୍ଷବଚ୍ଚ ଦାଶ, ସୁଟୁ ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ, ଜିନ୍ମୟ ରଞ୍ଜନ ମହାପାତ୍ର, ହେମନ୍ତ କୁମାର ଦାଶ, ଶରତ ଚନ୍ଦ୍ର ଦାଶ, ଗଣେଶ ପ୍ରଧାନ, ଅମିୟ  ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦର ସଭାପତି  ରମେଶ ପଳେଇ ସାଥୀ ଭରତ ଜେନା, ଭାସ୍କର ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts