Breaking News

ଟୋକନ ନବୀକରଣ କୁ ନେଇ ଛନ୍ଦି ହେଲେ ଚାଷୀ,ଜାତୀୟ ରାଜପଥ ଅବରୋଧ





    ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ଅଧୀନରେ ଥିବା ୩୯ଟି ମାର୍କେଟ ୟାର୍ଡ ମାନଙ୍କରେ ହଜାର ହଜାର ବସ୍ତା ଧାନ ଏବେ ବି ପଡ଼ିରହିଛି। ଧାନ ବିକ୍ରୟ ପାଇଁ ମିଳିଥିବା ଟୋକନ ବାତିଲ ହୋଇଛି।ଜୁନ ୮ତାରିଖରୁ ମାର୍କେଟ ୟାଡ଼ ଖୋଲାଯାଇ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଧାନ ଉଠିବା ବିଳମ୍ବ ହେବାରୁ କେତେକ ପ୍ରଶାସନିକ ଅଧିକାରୀ ତଥା ମଣ୍ଡି ମିଳର୍ସର ମଧୁଚନ୍ଦ୍ରିକାରେ ବର୍ଷା ହୋଇ ଧାନ ଗଜା ହୋଇଥିଲା। ଫଳରେ ଗଜା ଧାନ ଓ ସଲାସୁତୁରାରେ ଚାଲିଥିବା ମନ୍ଥର ଧାନ କିଣା କୁ ନେଇ ବାରମ୍ବାର ଚାଷୀ ଅଭିଯୋଗ କରିଆସିଛି । ଏବେ ପୁଣି ଶତାଧିକ ଚାଷୀଙ୍କ ଟୋକନରେ ଧାନ ଏଣ୍ଟ୍ରି ହେଇ ସାରିଥିଲେ ମଧ୍ୟ ଧାନ ବିକ୍ରି ନହୋଇ ଟୋକନ ବାତିଲ ହେଇଛି। ମାର୍କେଟ ୟାର୍ଡ ମାନଙ୍କରେ ହଜାର ହଜାର ବସ୍ତା ଧାନ ପଡିରହି ଥିବା ଯୋଗୁଁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜାତୀୟ ରାଜପଥ ଅବରୋଧ କରିବା ସହ ଯେ ପର୍ଯ୍ୟନ୍ତ ଧାନ ବିକ୍ରି ନହେବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ତଥା ଆନ୍ଦୋଳନ କାରୀ ମାନେ କହିଛନ୍ତି । ଏହି ପରିସ୍ଥିତିରେ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାର ଗାଡି ମଟର ଚଳାଚଳ ବନ୍ଦ ଥିବା ଯୋଗୁଁ ଯିବାଆସିବା କରିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଆନ୍ଦୋଳନ ଯେଭଳି ଉଗ୍ର ରୂପ ନ ନେବ ସେ ଦିଗରେ ଆଲୋଚନା ଜାରି ରଖିଛି।ଏହି ଆନ୍ଦୋଳନରେ କଂଗ୍ରେସର ନିହାର ରଞ୍ଜନ ମହାନନ୍ଦ,ଚାଷୀ ନେତା ଟିକେଲାଲ ମିଶ୍ର,ରବୀନ୍ଦ୍ର ବିଶି, ଜିତୁ ଭୋଇ,ପ୍ରମୋଦ ରଥ ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ।ଟୋକନ ନବୀକରଣ ଓ ଧାନ ଉଠାକୁ ନେଇ ଉପ ଜିଲ୍ଲାପାଳ ପ୍ରଭାସ ଦଣ୍ଡସନା,ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା, ଅତିରିକ୍ତ ତହସିଲଦାର ଶୌର୍ଯ୍ୟ ରଞ୍ଜନ ମିଶ୍ର, ପେସ୍କ ସଂପାଦକ କ୍ଷୀରୋଦ୍ର ସାହୁ,ଯୋଗାଣ ବିଭାଗ ଅଧିକାରୀ  ବିଶ୍ୱରଞ୍ଜନ ସାହୁ,ଆର ଏମ୍ ସି ସଂପାଦକ ବିଶ୍ୱଜିତ ବାରିକ,ଏସ ଡି ପି ଓ ସୁଧାକର ସାହୁ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେନ୍ଦ୍ର ରଣା ଓ ଡି ଆର ସି ଏସ ଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା।କିନ୍ତୁ ଆଲୋଚନାରେ ଯେଉଁ ଚାଷୀଙ୍କ ଟୋକନ ରହିଛି କେବଳ ସେଇ ଚାଷୀଙ୍କ ଧାନ ଆଜି ସୁଦ୍ଧା ବିକ୍ରି ହୋଇପାରିବ ଏବଂ ଯେଉଁ ଚାଷୀଙ୍କ ଟୋକନ ବାତିଲ ହୋଇଛି ସେ ନେଇ ଆଉ କୌଣସି ବ୍ୟବସ୍ଥା ହୋଇ ପାରିବ ନାହିଁ ବୋଲି ହାତ ଟେକି ଦେଇଛି ଜିଲ୍ଲା ପ୍ରଶାସନ। ତେବେ ଜିଲ୍ଲା ପ୍ରଶାସନ କୁ ଚାଷୀ ଆଜି କଡ଼ା ଜବାବ ଦେଇଥିବା ଜଣାପଡିଛି।ଯେଉଁ ଚାଷୀଙ୍କ ଧାନ ଏଣ୍ଟ୍ରି ହୋଇ ସାରିଛି ସେଇ ଧାନ କାହିଁକି ଓ କାହା ସ୍ୱାର୍ଥରେ ବିକ୍ରି କରାଯାଇ ପାରି ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛି ଏବଂ ଏବେ ସୁଦ୍ଧା ପ୍ରଶାସନ ର ମସୁଧା ଯୋଗୁଁ ମଣ୍ଡି ମାନଙ୍କରେ ଧାନ ଗଛିତ ଥାଇ ଜିଲ୍ଲା ପ୍ରଶାସନ ୯୫ ପ୍ରତିଶତ ବିକ୍ରି ସରିଯାଇଛି ବୋଲି ଚାଷୀଙ୍କୁ କହିଥିଲେ।ହେଲେ ଚାଷୀ ଉତ୍ତେଜିତ ହୋଇ ହଜାର ହଜାର ବସ୍ତା ଧାନ ପଡିରହିଛି କିଭଳି ବୋଲି ଅଡି ବସିଥିଲେ।ଫଳରେ ଚାଷୀଙ୍କ ଉତ୍ତର ଦେଇ ନପାରି ମାର୍କେଟ ଭିତରକୁ ପଶି ଯାଇଥିଲା ପ୍ରଶାସନ। 

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts