କଲ୍ୟାଣ ମଣ୍ଡପ ଉଦଘାଟନ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତରେ ନୂତନ କରି କଲ୍ୟାଣ ମଣ୍ଡପ ଆଜି ଉଦଘାଟନ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ହେବା ଦ୍ୱାରା ଗ୍ରାମ ପଞ୍ଚାୟତ ଅଧିବାସୀ ମାନେ ବେଶ ଉପକୃତ ହୋଇ ପାରିବେ ବୋଲି ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ କହିଥିଲେ । ରାଜ୍ୟରେ ମହାମାରୀ କରୋନା ଯୋଗୁ ଲାଗୁ କରାଯାଇଥିବା ନୀତି ନିୟମକୁ ପାଳନ କରାଯାଇ କଲ୍ୟାଣ ମଣ୍ଡପ ଉଦଘାଟନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ବୈରାଗୀ ଜେନା ପୂର୍ବତନ ନିର୍ଦ୍ଦେଶକ, ପୁରୀ- ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ, ପ୍ରସନ୍ନ କୁମାର ସାହୁ ବ୍ଳକ ଅଧ୍ୟକ୍ଷ କଲ୍ୟାଣ ମଣ୍ଡପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଡେଲାଙ୍ଗ ବ୍ଳକ ବିଡିଓ କ୍ଷିରୋଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଗୁଆଳିପଡା ସରପଞ୍ଚ କାଳନ୍ଦି ଚରଣ ଜେନା, ସମିତିସଭ୍ୟ ବାସୁଦେବ ଜେନା, ବ୍ଳକର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ଖଟୋଇ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ ଓ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଫିଲିପ୍ସ ସବରଙ୍କ ସହିତ ୱାର୍ଡ ସଦସ୍ୟ ସଦସ୍ୟା ମାନଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି