Breaking News

ମାନସିକ ରୋଗାଗ୍ରସ୍ତ ପରିବାରକୁ ଭେଟିଲେ ଡେଲାଙ୍ଗ ଟୁଇଟର କ୍ଲବ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ବେରୋବୋଇ ପଞ୍ଚାୟତ ଅଧିନସ୍ଥ ରାଉତସାହି ର ମାନସିକ ବିକାରଗ୍ରସ୍ତ ଥିବା ଚନ୍ଦ୍ରମଣି ବେହେରାଙ୍କ ପରିବାରକୁ ଶନିବାର ଅପରାହ୍ନରେ ଡେଲାଙ୍ଗ ଟୁଇଟର କ୍ଲବ ଭେଟିଛି ।  ବେରବୋଇ ରାଉତସାହିର ଚନ୍ଦ୍ରମଣି ବେହେରା ଙ୍କ ପୁତ୍ର ଚନ୍ଦନ ବେହେରା(୧୬)ଓ  ମିନତୀ ବେହେରା(୩୦) ଉଭୟ ମାନସିକ ରୋଗରେ  ପୀଡିତ । ଚନ୍ଦ୍ରମଣୀ ଜଣେ ଦିନ ମଜୁରିଆ  ।  ନିଜର ସମ୍ଭଳ ଅର୍ଥରେ ସେ ଚିକିତ୍ସା କରିଥିଲେ । ହେଲେ ସେମାନଙ୍କ ଆରୋଗ୍ୟ ପାଇଁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏହି ଖବର ଡେଲାଙ୍ଗ ଟୁଇଟର କ୍ଲବ ଜାଣିବାକୁ ପାଇଥିଲା । ଉକ୍ତ ପରିବାରଙ୍କୁ ତାଙ୍କ ଘରେ ଭେଟି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ।  ଉକ୍ତ ପରିବାର ଘଟଣା ବୁଝି ଜାଣିବାକୁ ପାଇଥିଲେ ଦୁଇଜଣଙ୍କ ଚିକିତ୍ସା ପାଇଁ ଅର୍ଥଭାବ ର ମୁଖ୍ୟ ସମସ୍ୟା ରହିଥିବା ଜାଣିପାକୁ ପାଇଥିଲେ । ସେହିପରି  ପକ୍କାଘର ଖଣ୍ଡିଏ ତାଙ୍କୁ ମିଳିନାହିଁ କି ଦୁଇ ଜଣକୁ ଚିକିତ୍ସା କରିବା କୁ ସରକାରୀ ଅର୍ଥର ସାହାର୍ଯ୍ୟ କିଛି ପାଇନାହାନ୍ତି । ଚନ୍ଦ୍ରମଣୀ  ପରିବାରକୁ ସାହାର୍ଯ୍ୟର ହାତ ବଢାଇଛି ଡେଲାଙ୍ଗ ଟୁଇଟର କ୍ଲବ । ସେ ପରିବାରକୁ ଭେଟି ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ,ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନିକଟରେ  ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ସହ ପରିବାରକୁ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଦାବୀ କରିଛନ୍ତି । ଡେଲାଙ୍ଗ ଟୁଇଟର କ୍ଲବ ର ସଭାପତି ରଶ୍ମି ରଞ୍ଜନ ପ୍ରଧାନ,ସଦସ୍ୟ ଅଧ୍ୟାପକ ତ୍ରିନାଥ ପରିଡା,ବିଶ୍ୱଜିତ ପାଢି,ବିଶ୍ୱଜିତ ପ୍ରଧାନ,ରାକେଶ ପଣ୍ଡା ଓ ବହ୍ମାଶିଷ ପ୍ରମୂଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts