Breaking News

ଅତାବିରାରେ ଶହୀଦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ଚାଇନା ସାମଗ୍ରୀ ବୈକଟ



 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରାରେ ଯୁବ ସଂଗଠନ ପକ୍ଷରୁ ଚୀନ ସୀମାରେ  ୨୦ଜଣ ଶହୀଦ ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଅତାବିରା ବସଷ୍ଟାଣ୍ଡ  ଛକଠାରେ  ମହମବତୀ ଶୋଭାଯାତ୍ରା କରାଯାଇଥିଲା ।  ବସଷ୍ଟାଣ୍ଡ  ଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରାଯାଇଥିଲା ।   ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଶହୀଦ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଚୀନ ସାମଗ୍ରୀକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହ ରାଷ୍ଟ୍ରପତି ଜୀଙ୍କପିଙ୍ଗ ଙ୍କ ଫଟୋ ଚିତ୍ରକୁ ପୋଡିଥିଲେ।ଏଥିରେ ଯୁବ ସଂଗଠନର ଅଶ୍ୱିନୀ ବିଶ୍ୱାଳ, ବିଜୟ ପ୍ରଧାନ, ରୁଷୀକାନ୍ତ ପ୍ରଧାନ, ରିଙ୍କୁ ଜଗଦଲ୍ଲା, ଅମିତ ଗୁପ୍ତା, ସ୍ୱାଧୀନ, ଖିରୋଜ ନାୟକ, ଶେଖର ଭଗତ, ଜ୍ଞାନେସ ସାହୁ, ସୁମିତ, ରାକେଶ ପାଢ଼ୀ, ବୀରେନ୍ଦ୍ର ବାଙ୍କା ସକ୍ରିୟ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।
ନବୀନ ଦାଶଙ୍କ ରିପୋର୍ଟ

Popular Posts