ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତକୁ ଦୁଇ ଦିନିଆ ସର୍ଟ ଡ଼ାଉନ ଘୋଷଣା କଲେ ସରପଞ୍ଚ
ଜଟଣୀ---- ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତକୁ ଦୁଇ ଦିନିଆ ସର୍ଟ ଡ଼ାଉନ ଘୋଷଣା କଲେ ସରପଞ୍ଚ ।ପ୍ରକାଶ ଥାଉକି ଗତ ୧୩ ତାରିଖରେ ସୁଦୂର ମହାରାଷ୍ଟ୍ରରୁ ଏକ ପରିବାର ଆସି ବେଣାପଞ୍ଜରୀ ଟିଏମସି ରେ ରହିଥିଲେ । ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ଜଣଙ୍କର ନମୁନା ପଜିଟିଭ ଆସିଥିବା ସୂଚନା ମିଳିଛି। ଫଳରେ ଆଜି ତା'ଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଛି ।
ଏଠାରେ ସୂଚନା ଯୋଗ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଟିଏମସି ର ନିୟମ ଅନୁସାରେ ରହୁନ'ଥିଲେ । ନିୟମିତ ପରିବାର ଆତ୍ମୀୟ ସ୍ଵଜନଙ୍କ ସହିତ ମିଶି ଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ସରପଞ୍ଚ ୨୪ ତାରିଖ ଦିନ ୧୦ ଟାରୁ ୨୬ ତାରିଖ ଦିନ ୧୦ ପର୍ଯ୍ୟନ୍ତ ସର୍ଟଡ଼ାଉନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜଟଣୀ ଥାନା ପର୍ଯ୍ୟନ୍ତ ପତ୍ର ମାଧ୍ୟମରେ ଜଣାଇଛନ୍ତି ବୋଲି ସୂଚନା ମିଳିଛି ।
ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ