ଲୁଟିବାରେ ମାତିଛନ୍ତି ଲୁଟେରା,ନିରୁପାୟ ପୋଲିସ....
ବରଗଡ଼--- ମୁମ୍ବାଇ-କଲିକତା ୫୩ନଂ ଜାତୀୟ ରାଜପଥ କଡରେ ଥିବା ବରଗଡ଼-ସମ୍ବଲପୁର ଜିଲ୍ଲା ସୀମାର ଗୋଡ଼ଭଗା ଫାଣ୍ଡି ତଥା ଗୋଶାଳା ଫାଣ୍ଡି ନିକଟରେ ଥିବା ୟୁକୋ ବ୍ୟାଙ୍କ ଏଟିଏମ୍ ରୁ ଚୋରି ହୋଇଥିବା ଜଣାପଡିଛି । ଚୋର ମାନେ ଗ୍ୟାସ କଟର ସାହାଯ୍ୟରେ ଲକର କାଟି ଲକ୍ଷାଧିକ ଟଙ୍କା ନେଇ ଯାଇଛନ୍ତି । ସିସି କ୍ୟାମେରା ସାମ୍ନାରେ ଲାଗିଥିବା କ୍ୟାମେରାରେ ରଙ୍ଗ ବୋଲି କଳାକନା ବୁଲେଇଛନ୍ତି ।ହେଲେ ଏଟିଏମ୍ ସାମ୍ନାରେ ଥିବା ଦୋକାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜରୁ ୪ଜଣ ଦୁର୍ବୁତ୍ତ ରହିଥିବା ଚର୍ଚ୍ଚା ହେଉଛି। ତେବେ ଏତେ ବଡ଼ ଧରଣର ଲୁଟ ତାହା ପୁଣି ରାଜରାସ୍ତା କଡରେ । ଘଣ୍ଟା ଘଣ୍ଟା ଧରି ଦୁର୍ବୁତ୍ତମାନେ ଏଟିଏମ କୁ କାଟି କଳାକନା ବୁଲେଇବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ପ୍ରଶାସନର ଅପାରଗତାକୁ ଆଙ୍ଗୁଠି ଦେଖାଇବା ସହ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ପାଇଁ ଲୁଟେରା ମାନେ ଖୋଲା ଚାଲେଞ୍ଜ ବୋଲି ଲୋକେ କହୁଛନ୍ତି। ଅଞ୍ଚଳଟି ସମ୍ବଲପୁର ଜିଲ୍ଲା ହୋଇଥିବାରୁ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡିରେ ଆଜି ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ସମ୍ବଲପୁର ଏସପି ଡକ୍ଟର କନୱର ବିଶାଳ ସିଂ ଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରି ଅଧିକ ତନାଘନା ଜାରି ରଖିଥିବା ବୁର୍ଲା ଏସଡିପିଓ ଶିଶୁ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।ତେବେ ଦେଖାଯାଉ ଆଗକୁ ପୋଲିସ ପ୍ରଶାସନର କଣ ପଦକ୍ଷେପ ରହୁଛି।
ନବୀନ ଦାଶଙ୍କ ରିପୋର୍ଟ....