ଚିକିତ୍ସାରେ ଅର୍ଥ ସାଜିଛି ବାଧକ ; ଖବର ପ୍ରକାଶିତ ହେବା ପରେ ଡେଲାଙ୍ଗ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ବେରୋବୋଇ ପଞ୍ଚାୟତ ଅଧିନସ୍ଥ ରାଉତସାହି ର ମାନସିକ ବିକାରଗ୍ରସ୍ତ ଥିବା ଚନ୍ଦ୍ରମଣି ବେହେରାଙ୍କ ପୁତ୍ର ଚନ୍ଦନ ବେହେରା(୧୬)ଓ ମିନତୀ ବେହେରା(୩୦) ଉଭୟ ମା ପୁଅ ମାନସିକ ରୋଗରେ ପୀଡିତ । ଚନ୍ଦ୍ରମଣୀ ଜଣେ ଦିନ ମଜୁରିଆ ଅଟନ୍ତି । ରାଜ୍ୟରେ କରୋନା ଯୋଗୁ ସବୁଆଡେ ଲକ ଡାଉନ ଜାରି ରହିଛି । କାମ ଧନ୍ଦା ସବୁ ଠପ ହୋଇଯାଇଛି । ମା ପୁଅଙ୍କ ଆରୋଗ୍ୟ ପାଇଁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏହି ଖବର ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଉକ୍ତ ପରିବାରକୁ ଭେଟିଛନ୍ତି । ସେମାନଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଉକ୍ତ ପରିବାର ଠାରୁଦରଖାସ୍ତ ଗ୍ରହଣ କରିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡରୁ ସାହାର୍ଯ୍ୟ ପାଇବା ପାଇଁ ତହସିଲଦାର ଶ୍ରୀ ଅଚାରିଆ ପତ୍ର ପଠାଇଥିବା କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି