Breaking News

ପଥର ଖୁଣ୍ଠି ମାଡି ବସିବାରୁ ଶିଶୁର ମୃତ୍ୟୁ

 ସାକ୍ଷୀଗୋପାଳ ----  ବୟସ ୫ ବର୍ଷ ମାତ୍ର କଥାବାର୍ତ୍ତା ୬୦ ବର୍ଷର ବୁଡି ପରି କଥା କହେ । ଯାହାକି ସାହି ପଡିସା ସମସ୍ତଙ୍କର ପିୟ ହୋଇପଡିଥିଲା ପାୟଲ । ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମର ମରଦମେଖ ଗ୍ରାମରେ ରବିବାର ଦିନ ଏକ ଦୁଖଃଦ ଘଟଣା ଘଟି ଯାଇଛି । ସୁଚନା ଯୋଗ୍ୟଯେ ଜଟାଧାରୀ ନାଠିଙ୍କର ୫ ବର୍ଷ ଝିଅ ପାୟଲ ନାଠି ଘରେ ଶୁଖିଥିବା ଲୁଗା ଧରି ଓହଳି ପଡିବାରୁ ତା ଉପରେ ପଥର ଖୁଣ୍ଠି ଓଲଟି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲା । ତାଙ୍କୁ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ପଠାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।  ଫନି ବାତ୍ୟରେ ଜଟାଧାରୀଙ୍କ ଘର ଭାଙ୍ଗି ଯାଇଥିଲା । ମାତ୍ର ରହି ଯାଇଥିଲା ପଥର ଓ ଇଟା ଖୁଣ୍ଠ । ଉକ୍ତ ଖୁଣ୍ଠରେ ଲୁଗା ପଟା ଶୁଖିାଇବା ପାଇଁ ଦଉଡି ଟଣା ଯାଇଥିଲା । ଝିଅଟି ଉକ୍ତ ଲୁଗା ଧରି ଓହଳି ପଡିବାରୁ ତା ଉପରେ ପଥର ଖୁଣ୍ଠି ପଡିଯାଇଥିଲା । ଝିଅର ଚିତ୍କାର ଶୁଣି ପରିବାର ଲୋକମାନେ ଦଉଡି ଆସି ପଥର ଖୁଣ୍ଠ ିତଳୁ ପାୟଲକୁ ଉଦ୍ଦାର କରି ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts