ବସନ୍ତମାଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ସାକ୍ଷୀଗୋପାଳ -----ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ସତ୍ୟବାଦୀ ବ୍ଳକରେ ଏବେ ଜଣେ କରୋନା ଯୋଦ୍ଧାଙ୍କ ସହିତ ସାମିଲ ଥିବା ତଥା ଜଣେ ଗାଡି ଡ୍ରାଇଭର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏଥିପାଇଁ ଅଳଗୁମ ଗ୍ରାମ ପଞ୍ଚାୟତର ବସନ୍ତମାଳର ତେଳିସାହିକୁ ଜିଲ୍ଲା ପ୍ରଶାସନ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛି । ଗ୍ରାମର ପ୍ରବଶେ ପଥ ସିଲ କରାଯାଇଛି ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ଉକ୍ତ ଗ୍ରାମ ପାଖ ସାଣ୍ଢରା ଗ୍ରାମ ପଞ୍ଚାୟତର ହିରଣ୍ୟପଡା ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ପରେ ପରେ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ପରେ ଉକ୍ତ ପରିବାରର ସଦସ୍ୟ ମାନଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ।ଉକ୍ତ ପରିବାରରୁ ୫ ଜଣ ଓ ତାଙ୍କ ପଡିଶା ଘରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କୁ କରୋନା-୧୯ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଏବେବି ଉକ୍ତ ଗ୍ରାମ କଣ୍ଟେନମେଣ୍ଟ ଜୋନ ବଳବତ୍ତ ରହିଥିବା ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ