Breaking News

ଓଡିଶା ଜିବିକା ମିଶନ ପକ୍ଷରୁ ଦୁଗଲ ଗ୍ରାମ ପଞ୍ଚାୟତରେ ନଡିଆ ଚାରା ରୋପଣ

ସାକ୍ଷୀଗୋପାଳ ------ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ  ଚଳିତ ବର୍ଷ ଫନି ବାତ୍ୟାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଲକ୍ଷ ଲକ୍ଷ ନଡିଆ ଗଛ ଭାଙ୍ଗି ଯାଇଥିଲା । ଏହାକୁ ନଜର କରି ଓଡିଶା ଜୀବିକା ମିଶନ  ସଂସ୍ଥା ପକ୍ଷରୁ ଦୁଗଲ ଗ୍ରାମ ପଞ୍ଚାୟତରେ ନଡିଆ ଚାରା ରୋପଣ କରାଯାଇଛି । ରାଜ କିଶୋର ପାଣି, ପ୍ରଭାକର ମିଶ୍ର, ଦିଲ୍ଲୀପ ଦାଶ, ନିରଞ୍ଜନ ଦାଶଙ୍କ ବଗିଚାରେ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ, ସତ୍ୟବାଦୀ ବ୍ଳକର ଓଡିଶା ଜୀବିକା ମିଶନର ବିଏଲସି ।ଜ୍ୟାସ୍ନାରାଣି ମିଶ୍ରଙ୍କ ସହିତ ବ୍ଳକ ସଂଯୋଜିକା ଲୋପାମୁଦ୍ରା ଜେନା ପ୍ରମୁଖ ଉପସ୍ଥିତରେ ନଡିଆ ଚାରା ରୋପଣ କରାଯାଇଛି ।
 ସତ୍ୟବାଦୀରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts