Breaking News

କରୋନା ଯୋଗୁ ବୀରରାମଚନ୍ଦ୍ରପୁରରେ ଚମ୍ପକ ଦ୍ୱାଦଶୀ ପର୍ବ ଫିକା ପଡିଲା

  ସାକ୍ଷୀଗୋପାଳ -------କରୋନା ଯୋଗୁ ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଆଦ୍ୟ ଶାସନ ଗ୍ରାମରେ ଚମ୍ପକ ଦ୍ୱଦଶୀ ପର୍ବ ଫିକା ପଡିଯାଇଛି । ପ୍ରତିବର୍ଷ ଚମ୍ପର୍କ ଦ୍ୱାଦଶୀ ପରଦିନ ଠାକୁର ମାନେ ଗ୍ରାମ ପରିକ୍ରମା କରି  ଦୁଆରୀ ଭୋଗ ଖାଇଥାନ୍ତି ।  ମାତ୍ର ଏ ବର୍ଷ ରାଜ୍ୟରେ କରୋନା  ମହା ବିପତି ପଡିଛି । ଅନ୍ୟ ପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯାନି ଯାତ୍ରା ଉପରେ ରୋକ ଲଗାଯାଇଛି । ଏହାକୁ ନଜର କରି ଗ୍ରାମ କୋଠ ମହାଜନଙ୍କ ପକ୍ଷରୁ କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି ।  ସୁଚନାଯୋଗ୍ୟ ଯେ ରୁକ୍ମୀଣିଙ୍କୁ ଅପହରଣ କରିବା ପରେ ସମସ୍ତଙ୍କ ଉପସ୍ଥିତିରେ ଗୋପିନାଥ ଦେବଙ୍କର ବିଭାଘର ଯାକଜମକରେ କରାଯାଇଥିଲା । ଯେଉଁପରି ବାହାଘର ପରେ ଆମର ମାନବ କୂଳରେ ୧୬ ମଙ୍ଗଳାରେ ଝିଅ ଜ୍ୱାଇଁ ଏକାଠି ହୋଇ ଝିଅ ଘରକୁ ବୁଲିବା ପାଇଁ ଯାଇଥାନ୍ତି । ସେହିପରି ଠାକୁର ମାନଙ୍କର ଏହି ମାନବୀୟ ଲୀଳା ଦେଖିବାକୁ ମିଳିଥାଏ । ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଆଦ୍ୟ ଶାସନ ତାରେଣୀ ମଣ୍ଡପରେ ଆରଧ୍ୟ ଦେବତା ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କର ବିବାହ ଓ ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।   ଚମ୍ପକ ଦ୍ୱାଦଶୀ ପର୍ବରେ  ବୀରରାମଚନ୍ଦ୍ରପୁର ଆଦ୍ୟଶାସନରେ ବରକନ୍ୟା , ବାହାଘରକୁ ନିମନ୍ତ୍ରିତ ହୋଇ ଆସିଥିବା ବଂଧୁବାନ୍ଧବ ଓ ଭଦ୍ରଲୋକ ମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ, ମଣିନାଗଦୁର୍ଗା,କନକଦୁର୍ଗା, ଅନନ୍ତେଶ୍ୱର,ଇଶାନେଶ୍ୱର,ଲକ୍ଷେଶ୍ୱର, ବାଲୁଙ୍କେଶ୍ୱର ସୁସଜିତ ଦୁଇଟି  ରଥରେ ସଂଧ୍ୟାରେ  ଘଣ୍ଟ, କାହାଳୀ, ମଶାଲ ଜଳାଇ  ଦେବ ଦମ୍ପତ ଓ ଅନ୍ୟ ଠାକୁର ମାନେ ଗ୍ରାମ ପରିକ୍ରମା କରିଥିଲେ । ଏହି ଦିନରେ ପରମ୍ପରା ଅନୁସାରେ ଠାକୁରଙ୍କୁ ଚମ୍ପାଫୁଲରେ ପୁଜା କରାଗଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।  ଠାକୁର ମାନେ ଗ୍ରାମ ପରିକ୍ରମା କରିବା ସମୟରେ ଶଙ୍କୁଡି ଦୁଆରିଭୋଗ ଅନୁଷ୍ଠିତ ହୋଇଥିଲା ।  କରୋନା ଯୋଗୁ କେବଳ ଠାକୁର ମାନଙ୍କର ନୀତିକାନ୍ତି କରାଯାଇଛି । ଗ୍ରାମରେ ସେପରି ଗହଳି ନ ଥିଲା । ଏହି ଅବସରରେ ପ୍ରତି ଦୁଆର ମାନଙ୍କରେ ଝୋଟି , ଚିତା, କଳସ, ଦିପାଳୀ  ଜଳିଥିଲା । ତା ପର ଦିନ ସକାଳୁ  ଠାକୁର ଫେରିବା ସମୟରେ ଗ୍ରାମର ଖଣ୍ଡି ମୁଣ୍ଡରେ କାଠଚକ୍ର ଆସତବାଜି ପ୍ରଦର୍ଶନ ହେବାର ପରିମ୍ପର ରହିଛି ମାତ୍ର କରୋନା ଯୋଗୁ ନାମକୁ ମାତ୍ର କାଠଚକ୍ର ପରିବର୍ତ୍ତେ  ମାଟି କୁମ୍ପି, ଧପଧଫି ରେ  ଠାକୁରଙ୍କ ଆଗରେ ମରାଯାଇଥିଲା । କରୋନା ଯୋଗୁ  ଏ ବର୍ଷ ଚମ୍ପର୍କ ଦ୍ୱଦଶୀ ତିଥିୀ ଫିକା ପଡିଲା ବୋଲି ଗ୍ରାମର ଯୁବକ ମାନେ ଆଲେଚନା କରୁଥିଲେ । ଠାକୁରଙ୍କ ସମସ୍ତ ସେବାୟତ ମାନେ ମୁହଁରେ ମାସ୍କ ଲଗାଇ ଠାକୁରଙ୍କ ନୀତିକାନ୍ତି କରୁଥିବାର ଦେଖାଯାଇଥିଲା ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts