Breaking News

ଟିଭିରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଦେଖି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଜିଲାପାଳ ନିବେଦନ


ପୁରୀ - ସ୍ନାନଯାତ୍ରା ପାଇଁ ଭକ୍ତ ଙ୍କ ଭିଡ଼ ନ ହେବା ପାଇଁ ପୁରୀ ଜିଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ତେବେ ଏହି ନିଷ୍ପତ୍ତି କେତେକ ମହଲରେ ଅସନ୍ତୋଷ ପ୍ରକାଶ ପଇଛି । ସ୍ନାନଯାତ୍ରା ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ବିଭିନ୍ନ ମହଲରେ ମତ ମଧ୍ୟ ପ୍ରକାଶ ପାଇଛି। ତେବେ ଏହି ପ୍ରସଙ୍ଗ ରେ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ବାସିନ୍ଦାଙ୍କୁ ଏକ ବାର୍ତା ଦେଇ ଛନ୍ତି। ଯେଉଁ ଥିରେକି ସେ ଅନୁରୋଧ କରିଛନ୍ତି ପ୍ରଶାସନ ର ନିଷ୍ପତ୍ତି ରେ ସହଯୋଗ କରିବା ପାଇଁ । କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇ ଥିବା ପୁରୀ ଜିଲାପାଳ କହିଛନ୍ତି। ତେବେ ଭକ୍ତ ମାନେ କିଭଳି ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବେ ସେ ନେଇ ସିଧାପ୍ରାସରଣ ର ବ୍ୟବସ୍ଥା ଦୂର ଦର୍ଶନ ମାଧ୍ୟମରେ ହୋଇ ଥିବା ପୁରୀ ଜିଲାପାଳ କହିଛନ୍ତି। ଏଣୁ ବର୍ତ୍ତମାନ ର ପରିସ୍ଥିତି କୁ ଦେଖି ସ୍ନାନଯାତ୍ରା ରେ ଯେଉଁ କଟକଣା ହୋଇଛି ତାକୁ ମାନିବାକୁ ପୁରୀ ବାସିନ୍ଦା ଙ୍କୁ ପୁରୀ ଜିଲାପାଳ ବଲବନ୍ତ ସିଂ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଏଭଳି କିଛି ତ୍ୟାଗ କଲେ ଅଗାମୀ ଦିନରେ ଏହା ଇତିହାସ ସ୍ୱତନ୍ତ୍ର ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଏଣୁ ପୁରୀ ବାସିନ୍ଦା ଘରେ ଟିଭିରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଦେଖି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଜିଲାପାଳ ନିବେଦନ କରିଛନ୍ତି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts