Breaking News

ବାଲିଗୁଡା ଏନଏସି ର କାଉନସିଲର ଉନ୍ନୟନ ବୈଠକ

  ବାଲିଗୁଡା ---- ବାଲିଗୁଡା ଏନଏସି ସଭାଗୃହ  ରେ କାଉନସିଲର ୨୧ତମ  ଉନ୍ନୟନ ବୈଠକ ଅନୁଷ୍ଠିତ  ହୋଇଯାଇଛି ।  ଏନଏସି ଅଧ୍ୟକ୍ଷ ଲୋକନାଥ  ପାଢ଼ୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ  ବୈଠକ ରେ  ବାଲିଗୁଡା ବିଜ୍ଞପିତ ଅଞ୍ଚଳ ପରିଷଦ ର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ଏଥିରେ ତେରଟି ୱାର୍ଡ ରେ ରହିଥିବା ବିଭିନ୍ନ ମୌଳିକ  ସମସ୍ୟା ସମ୍ପର୍କ ରେ କାଉନସିଲର  ମାନେ ବୈଠକ ରେ ତଥ୍ୟ ଉପସ୍ଥାପନା କରିଥିଲେ  । ବୈଠକ ରେ ମୁଖ୍ୟତଃ ରାସ୍ତାଘାଟ ମରାମତି, ପାନୀୟ ଜଳ ସମସ୍ୟା, ଡ୍ରେନ ମରାମତି, ସମେତ  ସହର ର ସୌନ୍ଦର୍ଯ୍ୟକରଣ ସମ୍ପର୍କ ରେ ବିଷୟରେ ଆଲୋଚନା ହୋଇଥିଲା । ଏହି କାଉନସିଲ ର ଉନ୍ନୟନ ବୈଠକ ରେ ବାଲିଗୁଡା ବିଧାୟକ ଚକ୍ରମଣି କହିଁର ଯୋଗ ଦେଇ ସହର ର ଉନ୍ନୟନ  କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି ବୈଠକ ରେ ନିର୍ବାହିଅଧିକାରୀ ଜୟଦେବ ଷଢ଼ଙ୍ଗି,ପରିମଳ ଅଧିକାରୀ ରାଜକିଶୋର ସାହୁ,କାଉନସିଲର ନାରାୟଣ ଡାକୁଆ, ବରଦା ପ୍ରସାଦ ମିଶ୍ର, ଶିରୀଶ ପ୍ରଧାନ ମନୋଜ ଅଚାଯ୍ୟ ,ଶାନ୍ତିଲତା ନାୟକ,ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ। 

କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts