Breaking News

ଦେବସ୍ନାନ ପୂର୍ଣ୍ଣିମା ପାଇଁ ନିତି କାନ୍ତି


ପୁରୀ-ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି ନିତି ଆରମ୍ଭ ହେବ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଆରମ୍ଭ ହେବ। ଭୋର ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ,ସକାଳ ୫ଟାରେ ତଡ଼ପ ଲାଗି ଓ ୬ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ। ୭ଟା ୩୦ରୁ ୯ଟା ୩୦ ଯାଏ ଜଳ ବିଜେ, ପୂଜା, ସ୍ନାନ ନୀତି କରାଯିବ। ଦିନ ୧୦ଟା ୩୦ରେ ଛେରା ପହଁରା ନୀତି, ଦିନ ୧୧ଟାରୁ ୧୨ଟା ଶ୍ରୀଜିଉଙ୍କ ହାତୀ ବେଶ ହେବ । ଚଳିତ ବର୍ଷ ବନ୍ଦ ରହିବ ଶ୍ରୀଜିଉଙ୍କ ସାହାଣମେଲା ନୀତି । ସନ୍ଧ୍ୟା ୫ଟାରୁ ୮ଟା ବାହୁଡ଼ା ପହଣ୍ଡି କରାଯିବ। ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହେବ।
ଏଥର ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମ୍ପନ୍ନ ହେବ। ବଡଦାଣ୍ଡରେ ଛିଡା ହୋଇ ଦେଖି ହେବନି, ଘରେ ବସି ଦେଖିହେବ କାଳିଆ ସାଆନ୍ତର ସ୍ନାନଯାତ୍ରା । ଦୂରଦର୍ଶନ ସିଧାପ୍ରସାରଣ କରିବ ବୋଲି ସୂଚନା ରହିଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts