Breaking News

ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଘର ଜଳିଗଲା ; ବିପନ୍ନ ପରିବାରକୁ ସହାୟତା କଲେ ମହାରଥି



ପିପିଲି-ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ରୋଷେଇ କରୁଥିବା ସମୟରେ କୈାଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯିବାରୁ ସିଲିଣ୍ଡର ଜଳି ଫାଟି ଯାଇଥିଲା ।ଏଥିରେ ୧୨ବଖରା ଘର ଜଳି ପାଉଁଶ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ ଜେନାସାହିର ଦୁଖି ଜେନାଙ୍କ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରକୁ ନିଆଁ ଲାଗିଯିବାରୁ ସିଲିଣ୍ଡରଟି ଫାଟି ଯାଇଥିଲା । ଭୟରେ ସମସ୍ତେ ଘରୁ ବାହାରକୁ ବାହାରି ଯାଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଥିଲେ ପରିବାର ଲୋକମାନେ । ସିଲିଣ୍ଡର ଟି ଫାଟି ଘର ପୋଡିଯିବା ସହିତ ନଡିଆ ଗଛରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ଜୋରରେ ବ୍ୟାପିଥିଲା ତାହା ଆୟତ କରିବା ସମ୍ଭବପର ହୋଇନଥିଲା । କ୍ଷଣକେ ସିଲିଣ୍ଡର ରୁ ନିଆଁ ଲାଗି ଧଡୁ ଜେନା,ସନାତନ ଜେନା,ପବନା ଜେନା,ପ୍ରମୋଦ ଚରଣ ଜେନା,ମଞ୍ଜୁ ବେୱା,ଅଜୁ ମଲ୍ଲିକ ଓ ଆଲୋକ ଜେନାଙ୍କ ଚାଳ ଘର ଗୁଡିକ ଜଳି ପାଉଁଶ ହୋଇଯାଇଥିଲା ।  ସ୍ଥାନିୟ ଲୋକଙ୍କ ସହିତ ପିପିଲିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କଲାବେଳକୁ ଘର ର ସମସ୍ତ ଆସବା ପତ୍ର ଠାରୁ ଆରମ୍ଭ କରି ଧାନ,ଚାଉଳ, ସଉଦା, ଲୁଗାପଟା,ପ୍ୟାଣ୍ଟସାର୍ଟ,ସାଟିଫିକେଟ,ଜମିବାଡି କାଗଜ ପତ୍ର,ଆଧାର ଓ ଭୋଟ ପରିଚୟ ପତ୍ର ସବୁ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳେ ପୁର୍ବତନମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥି ପହଞ୍ଚି ବିପନ୍ନଙ୍କ ପରିବାରଙ୍କୁ ଭେଟି ଚାଉଳ,ବିସ୍କୁଟ ଓ ପଲିଥିନ ଯୋଗାଇଦେବା ସହ ତହସିଲଦାର ଓ ଆରଆଇ ତଦନ୍ତ ପରେ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହିତ ପଂଚାୟତରୁ ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି । ଅନ୍ୟପଟେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ସ୍ଥାନିୟ ଆରଆଇ ପଂହଚି ଘଟଣାର ସରଜମିନ ତଦନ୍ତ କରିବା ସହିତ କ୍ଷୟକ୍ଷତି ର ଆକଳନ କରିଛନ୍ତି । ଜିଲ୍ଲାପରିଷଦଙ୍କ ପ୍ରତିନିଧି ସଦାଶିବ ଦାସ ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ସରପଞ୍ଚ ବାସନ୍ତି ବେହେରା ଓ ସମିତିସଭ୍ୟ ସୁମିତ୍ରା ଚଉଁରି ପ୍ରମୁଖ  ବିପନ୍ନ ପରିବାରକୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ପିନ୍ଧିବା ପାଇଁ ଲୁଗା ଓ ଗାମୁଛା ଯୋଗାଇ ଦେଇଥିବା ଜଣାପଡିଛି । 
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts