Breaking News

ଅବ୍ୟବସ୍ଥା ଘେରରେ ଆମ ଶୌଚାଳୟ


ଓଡ଼ଗାଁ/କୁରାଳ -  ସ୍ୱଚ୍ଛତା ତଥା ପରିମଳକୁ ଆଧାର କରି  ଓଡ଼ଗାଁ ଏନ. ଏ.ସି କାର୍ଯ୍ୟାଳୟଠାରୁ ମାତ୍ର ୧୫୦ ମିଟର ଦୁରରେ ନିର୍ମିତ ହୋଇଅଛି 'ଆମ ଶୌଚାଳୟ'।ଏବଂ ଏହା ଓଡ଼ଗାଁ ଆଦର୍ଶ ଥାନା ଏବଂ ବସଷ୍ଟାଣ୍ଡ ନିକଟବର୍ତ୍ତୀ ହୋଇଥିବାରୁ ସାଧାରଣ ଜନତା ଯଥା ପୁରୁଷ ଏବଂ ମହିଳାଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ତିଆରି  କରାଯାଇଥିଲା ।  ଆମ ଶୌଚାଳୟରେ ନାହିଁ ନଥିବା ଅବ୍ୟବସ୍ଥା ଦେଖାଯାଇଛି ।ବିଶେଷକରି ଲୋକଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଶୌଚାଳୟରେ ପାଣି ଆସୁନାହିଁ ।ଦ୍ବିତୀୟତଃ ସ୍ୱଚ୍ଛତା ଏବଂ ପରିମଳତାକୁ ଆଧାର କରି ତିଆରି ହୋଇଥିବା ଆମ ଶୌଚାଳୟ ଉପରେ ତିଆରି ପାଣି ଟାଙ୍କିରେ ଲତା ମାଡ଼ିଗଲାଣି ଏବଂ ସର୍ବସାଧାରଣ ବ୍ୟବହାର ନିମନ୍ତେ ତିଆରି ହୋଇଥିବା ଲାଟିନ ଭଗ୍ନ ଅଵସ୍ଥାରେ ପଡିରହିଛି ।ଯାହା ଫଳରେ ଯାତ୍ରୀ ତଥା ଥାନାକୁ ଆସୁଥିବା ଲୋକେ ବାହାରେ ପରିସ୍ରା କରୁଥିବା ପରିଲକ୍ଷିତ ହେଉଛି ।
ବର୍ତ୍ତମାନ ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାର ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏନ.ଏ.ସି ନିକଟବର୍ତ୍ତୀ ଶୌଚାଳୟ ରେ ଏଭଳି ଅବ୍ୟବସ୍ଥା ସାଧାରଣରେ ଅତ୍ୟନ୍ତ ହାସ୍ୟାସ୍ପଦ ହୋଇଛି ।ସମସ୍ତ ସମସ୍ୟାକୁ ଦୁରୀଭୂତ କରିବା ପାଇଁ ଏନ.ଏ.ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣ ଜନତା ଦାବି କରିଛନ୍ତି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts