ହତ୍ୟା ନା ଆତ୍ମହତ୍ୟା, କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଜଣା ପଡିବ
ବରଗଡ଼---- ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଛୋଟ ମୋଟ ବଡ଼ ଘଟଣା ମାନ ଘଟି ଯାଇଛି । ମାତ୍ର ପୋଲିସ କେସ କରି ଦେଇ ହାତ ଖାଲି ପଡ଼ିଛି । ଭାଲୁପତ୍ରାର ବୋମା ବିସ୍ଫୋରଣ ଘଟଣାକୁ ପାଖାପାଖି ୨ବର୍ଷ ବିତିଯାଇଥିଲେ ସୁଦ୍ଧା ପୋଲିସ ତାର ଟେର ପାଉନି।ଘଟଣା ଗୁଡିକ ନୀତି ଦିନିଆ ଭାବେ ଘଟିବା ସହ ଅଞ୍ଚଳରେ ଲୋକଙ୍କ ଜୀବନକୁ ଥରାଇ ଦେଇଥିଲା । ହତ୍ୟା ଓ କେଉଁଟା ଆତ୍ମହତ୍ୟା କିଛି ଜଣା ପଡୁନି।ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଅତାବିରା ଥାନା ଅନ୍ତର୍ଗତ ପାହାଡ଼ ଶ୍ରୀଗିଡା ଗ୍ରାମରେ।ଜମିଦାର ପଡାର ରାଜୁ ଭୋଇ ୨୫ଗତକାଲି ଠାରୁ ନିଖୋଜ ଥିବାବେଳେ ଆଜି ସକାଳୁ ସ୍ଥାନୀୟ କୁସୁମ କଁଟା ର ଏକ ଗଛରେ ବେକରେ ଗାମୁଛା ଲଗାଇ ଝୁଲି ଥିବାର ଦେଖାଯାଇଥିଲା । ବିଲକୁ କାମ କରିବାକୁ ଯାଉଥିବା ସମୟରେ ଲୋକେ ଦେଖିଥିଲେ । ସୂଚନା ପାଇ ଯୁବକଙ୍କ ମା ଉଷା ଭୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ଥାନାକୁ ଖବର ଦେଇଥିଲେ । ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛି । ହେଲେ ଝୁଲି ରହିଥିବା ଶବ ଯୋଉଭଳି ଭାବରେ ଭୂମିକୁ ସ୍ପର୍ଶ କରି ଆଣ୍ଠୁ ଓ ଶରୀରରେ କିଛି ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ରହିଥିବାବେଳେ ହତ୍ୟା ନା ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଛି। ଯାହା ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଜଣାପଡିବ ବୋଲି ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି।ତେବେ ଅତାବିରା ଥାନା ଅଞ୍ଚଳଟି ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନଏସି କୁ ନେଇ ଗଠିତ ହୋଇଥିବାବେଳେ ଏହି ଅଞ୍ଚଳ ଦେଇ ମୁମ୍ବାଇ-କଲିକତା ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ଅଞ୍ଚଳରେ ଖୁଲେ ଆମରେ ରାଜରାସ୍ତା ଉପରେ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ଦିନ ଦ୍ବୀପହରେ ଲୁଟମାର,ଚୋରି ଡକାୟତି ଭଳି ଘଟଣା ଠୁ ଆରମ୍ଭ କରି ଦୋକାନ ଫାଡ଼ି ଲୁଟି ନେବା ଘଟଣା ସହ ମରଣାତ୍ମକ ଆକ୍ରମଣ ଘଟଣା ଘଟିଚାଲିଛି । ପୋଲିସର ଅପାରଗତା ଉପରକୁ ଆଙ୍ଗୁଳି ଉଠାଇଛି । ଲୋକେ ଯିବା ଆସିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି।ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।
ନବୀନ ଦାଶଙ୍କ ରିପୋର୍ଟ