ଭେଡେନରେ ଅଗ୍ନିଶମ ବିଭାଗ ଦ୍ୱାରା ମକଡ୍ରିଲ କାର୍ଯ୍ୟକ୍ରମ
ବରଗଡ଼----ଭେଡେନ ବ୍ଳକ ପ୍ରଶାସନ ତରଫରୁ ଆସନ୍ନ ପ୍ରାକୃତିକ ଦୁର୍ବିପାକ କୁ ଉପଲବ୍ଧି କରି କିପରି ବନ୍ୟା, ବାତ୍ୟା,ରାସ୍ତା ଦୁର୍ଘଟଣା,ଗ୍ୟାସ ଟାଙ୍କି ଦୁର୍ଘଟଣାରୁ ଲୋକଙ୍କୁ ଶୀଘ୍ର ଓ ଜୀବନ୍ତ ଉଦ୍ଧାର କରିହେବ ସେ ବିଷୟରେ ଅଗ୍ନିଶମ ବିଭାଗ ଦ୍ଵାରା ଏକ ମକଡ୍ରିଲ ପ୍ରଦର୍ଶନ କରାଯାଇଛି । ବିଭିନ୍ନ କୌଶଳକୁ ଲୋକଙ୍କ ସମ୍ନାରେ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଭେଡେନ ବିଡ଼ିଓ ଉଦଘାଟନ କରି ଲୋକଙ୍କୁ ସଚେତନ କରାଇଥିଲେ।ସମ୍ବାନୀତ ଅତିଥି ଭାବେ ଅତିରିକ୍ତ ତହସିଲଦାର ,ସିଡିପିଓ , ଆରଆଇ,ଅଙ୍ଗନବାଡି କର୍ମୀ, ସ୍ଥାନୀୟ ସରପଞ୍ଚ,ଗ୍ରାମ ତଥା ଆଖପାଖ ଗ୍ରାମର ଅନେକ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସକ୍ରିୟ ସ୍ବେଚ୍ଛାସେବୀ ଭାବେ ହୀରାମହାକୁର,ଜେମ୍ସ ରଣବିଡା,ଟୁକୁ ମିଶ୍ର,ଆଦି କାର୍ଯ୍ୟକ୍ରମର ଉପକରିତା ବିଷୟରେ ଲୋକଙ୍କୁ ବୁଝାଇବା ସହିତ ଉପସ୍ଥିତ ପ୍ରଶାସକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟା ଗୁଡିକୁ ଉପସ୍ଥିତ ପ୍ରଶାସକଙ୍କୁ ଜଣାଇବା ସହ ତାହାର ସମାଧାନ ପାଇଁ ପ୍ରତିଶ୍ରୁତି ପାଇ ଥିବାରୁ ବ୍ଳକ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।
ନବୀନ ଦାଶଙ୍କ ରିପୋର୍ଟ....