ସ୍ନାନଯାତ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ରଞ୍ଚଳ ଡିଆଇଜି
ପୁରୀ ---- ଆଜି ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସ୍ନାନଯାତ୍ରାରେ ଯେଭଳି ସ୍ନାନ ମଣ୍ଡପ ସମୁଖ ଓ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼ ନହୁଏ, ଏନେଇ୧୪୪ ଧାରା ଜାରି କରିଛି ପ୍ରଶାସନ । ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାକୁ ଦେଖି ଏହି ନିଷ୍ପତ୍ତି ହୋଇଛି। ତେବେ ପୋଲିସ ପକ୍ଷରୁ ଆୟୋଜନ କରା ଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରଞ୍ଚଳ ଡିଆଇଜି ଆଶିଷ ସିଂ । ସୂଚନା ଅନୁଯାୟୀ ସ୍ନାନଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ ୧୪୪ ଧାରାକୁ ବଜାୟ ରଖିବା ପାଇଁ ୩୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସେହିପରି ୧୫୦ଜଣ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ। ତେବେ ପୋଲିସ କର୍ମଚାରୀଙ୍କ ଭିତରେ ସାମାଜିକ ଦୂରତ୍ବକୁ ବଜାୟ ରଖିବା ଦିଗରେ ଗୁରୁତ୍ବ ଦିଆଯିବ । ୪୮ଟି ସିଫ୍ଟରେ ଡ୍ୟୁଟିରେ ରହିବେ ପୋଲିସ ଫୋର୍ସ । ଶ୍ରୀମନ୍ଦିର ଭିତରକୁ କେବଳ ପାସ ଥିବା ସେବାୟତଙ୍କୁ ହିଁ ନୀତିକାନ୍ତି ପାଇଁ ପ୍ରବେଶର ଅନୁମତି ରହିବ । ସିସିଟିଭିରେ ସମ୍ପୂର୍ଣ୍ଣ ନଜର ରଖାଯିବ।
ପୁରୀ ରୁ ଜୟନ୍ତ କୁମାର ସେଠୀ