ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ
ଓଡ଼ଗାଁ/କୁରାଳ- ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ ।ବିଶ୍ୱ ସ୍ତରରେ ପରିବେଶ ପ୍ରତି ରାଜନୈତିକ ତଥା ସାମାଜିକ ଜାଗରଣ ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଘୋଷଣା କରିଥିଲା।ପରିବେଶର ସୁରକ୍ଷା ନିମିତ୍ତ ଆଜିର ଦିନଟି ଗୁରୁତ୍ୱପୂର୍ଣ୍ଣ ।ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ପ୍ରତ୍ୟେକ ବର୍ଷ ଏକ ବିଷୟବସ୍ତୁ ରହିଥାଏ ।ଚଳିତ ବର୍ଷର ବିଷୟ ହେଉଛି "ପ୍ରକୃତି ସହ ସମୟ"।
ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ସାମାଜିକ ଦୂରତ୍ବ ବଜାୟ ରଖି ବିଶ୍ଵ ପରିବେଶ ଦିବସ ପାଳନ କରାଗଲା। ମଣ୍ଡଳ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ,ବିମଳ କୁମାର ବାରିକ, ତ୍ରିଲୋଚନ ସାମନ୍ତରାୟ ଙ୍କ ଉପସ୍ଥିତି ରେ ପରିସରରେ ଗୋଟିଏ କଦମ୍ବ ଏବଂ ଗୋଟିଏ ପେସ୍ତାବାଦାମ ଗଛ ଲଗାଯାଇଛି।ବନାଞ୍ଚଳ ଅଧିକାରୀ ଙ୍କ ବକ୍ତବ୍ୟ ରେ ଅଧିକ ଗଛ ଲଗାଇବା ଅପେକ୍ଷା ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନେଇ ବଞ୍ଚାଇ ପାରିଲେ ପରିବେଶ ଦିବସ ର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମସ୍ତ କାର୍ଯ୍ୟ କୁ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ ପରିଚାଳନା କରିଥିଲେ।
ରିପୋର୍ଟ-ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ