କରୋନା ମୁକାବିଲା ପାଇଁ ଅସହାୟ ଚାଷୀମାନଙ୍କୁ ସହାୟତା-
କନ୍ଧମାଳ--- କରୋନା ସଂକ୍ରମଣ ସମଗ୍ର ବିଶ୍ୱକୁ କବଳିତ କରି ଥିବା ରୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ର ଗରିବ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥିବା ବେଳେ ଚାଉଳ ଯଥେଷ୍ଟ ହେଉନାହିଁ। ତେଣୁ ଆନ୍ତର୍ଜାତିୟ ଅନୁଷ୍ଠାନ ଗୁଞ ଏବଂ ୱ।ଡ ଅନୁଷ୍ଠାନ ର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଗୁମାମାହା ପଞ୍ଚାୟତ ର ତିନିଟି ୱାର୍ଡ ର ପ୍ରାୟ ବାବନ ଜଣକୁ ଚାଉଳ, ଡାଲି, ସାବୁନ, ସର୍ଫ, ମାସ୍କ, ଲୁଣ, ଖାଇବା ତେଲ, ମସଲାଗୁଣ୍ଡ, ସୋୟାବିନ ଇତ୍ୟାଦି ଯୋଗାଇ ଦିଆଯାଉଛି।ଜିଲ୍ଲାର ପ୍ରତି ବ୍ଳକରେ ଥିବା ଅସହାୟ, ନିଃସହାୟ ଲୋକଙ୍କୁ ଯୋଗାଇ ଦେବାକୁ ଲକ୍ଷ ରଖାଯାଇଛି ବୋଲି ଆଶୁତୋଷ ସାହୁ କହିଛନ୍ତି । କରୋନା ରୁ ରକ୍ଷା ପାଇଁ ପ୍ରତିଷେଧକ ବିଷୟରେ ସୂଚନା ଦେଇ ହାତ ସଫାକରିବା ମାସ୍କ ବ୍ୟବହାର,ସାମାଜିକ ଦୂରତା ରକ୍ଷା କରି ଲକଡାଉନ ମାନିବା ଇତ୍ୟାଦି ଉପରେ ସଚେତନ କରାଉଛନ୍ତି। ସୁଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଚାଷୀ ମାନଙ୍କୁ ତେର ପ୍ରକାରର ମଞ୍ଜି ଏବଂ ବିହନ ବଣ୍ଟନ କରାଯାଇଥିଲା । ଚାଷୀ ମାନେ ଗୁମାମାହା ସରପଞ୍ଚ ବିଷ୍କେସନ ପ୍ରଧାନ ଗୂଂଞ ଏବଂ ଉଆଡ୍ ସଂସ୍ଥା ର ଆଶୁତୋଷ ସାହୁ ଏବଂ ଦେବାଶିଷ ପ୍ରଧାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା