ସତ୍ୟବାଦୀରେ ୨ଶହ ପରିବାରଙ୍କୁ ଶୁଖିଲା ରାଶନ ସାମଗ୍ରୀ ଓ ପନି ପରିବା ବାଣ୍ଟିଲା ଗୁଞ୍ଜ ଅନୁଷ୍ଠାନ
ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ, ସଟ ଡାଉନ ଜାରି ରହିଛି । ଯାହାକି ପଥର ଖୋଦେଇ, ବାଉଁଶ କାରିଗର, କତା କାରିଗର ଓ ପଟଚିତ୍ର କାରିଗର ନିଜ ପରିବାର ପୋଷଣ କରୁଥିବା ପରିବାର ଗୁଡିକ କରୋନା ଯୋଗୁ ଭୋକ ଉପାସରେ ରହିଛନ୍ତି । କରୋନା ଯୋଗୁ ସମସ୍ତ ବ୍ୟବସାୟ ବନ୍ଦ ରହିବା ସହ ଲୋକମାନେ ବଜାରକୁ ଆସୁନାହାନ୍ତି । ଗାଁ ଗାଣ୍ଡକୁ ବେପାର କରିବାକୁ ଗଲେ ଗାଁର ଯୁବକ ମାନେ ଗାଁ ମଧ୍ୟକୁ ଯିବାକୁ ଦେଉନାହାନ୍ତି । ଏହାକୁ ନଜର କରି ଗୁଞ୍ଜ ଅନୁଷ୍ଠାନ ସତ୍ୟବାଦୀ ବ୍ଳକରେ ଦୁଇଶହ ପରିବାରଙ୍କୁ ସହଯୋଗ କରିବା ପାଇଁ ହାତ ବଡାଇଛନ୍ତି । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ସହଯୋଗରେ ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ସଂଯୋଜକ ସୁରେଶ କୁମାର , ଜିଲ୍ଲା ସଂଯୋଜକ ଅଶୋକ କୁମାର ବେହେରା ସ୍ୱାଦ କାର୍ଯ୍ୟାଳୟ ଠାରେ ପରିବାର ମାନଙ୍କୁ ରାଶନ ଓ ପନି ପରିବା ସାମଗ୍ରୀ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ତାଲିମ ଗ୍ରହଣ କରୁଥିବା କର୍ମୀ ବିଭୁ ପ୍ରାସଦ ପଲାଇ, ସଂଜୁକ୍ତା ଜେନା, ରଘୁ ନାଥ, ଯଶ୍ୱସ୍ନନୀ ଜଗଦେବ, ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିଥି ଭାବେ ଦୈନିକ ଓଡିଆ ଖବର କାଗଜର “ନିତିଦିନ’ର ପୁରୀ ଜିଲ୍ଲାର ପ୍ରସାର ମୁଖ୍ୟ ସୁଧାଂଶୁ କୁମାର ସାହୁ ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକର ବଳପୁର ପଥୁରିଆ ସାହି, ନିଗିଦି, ଜୟପୁର ଦଳିତ ବସ୍ତି, ନୂଆଗାଁ ଦଳିତବସ୍ତି ଓ ପିପିଲି ବ୍ଳକର ସୁହାଗପୁର ଓ ଚନ୍ଦନପୁର ଆଦି କାରିଗର ପରିବାରଙ୍କୁ ସହଯୋଗ କରାଯାଇଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ଅଟା , ଚୁଡା , ଡାଲି , ଲଙ୍କା ଗୁଣ୍ଡ, ହଳଦୀଗୁଣ୍ଡ, ମସଲା ଗୁଣ୍ଡ ସହିତ ତେଲ , ଶୋୟା ବଡି , ସାବୁନୁ, ସର୍ଫ, ମାସ୍କ, ଲୁଣ , ଆଳୁ , ପିଆଜ, ପନି ପରିବା ଏକ ପ୍ୟାକେଟ କରାଯାଇ ସେହି ପରିବାରଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ସ୍ୱାଦ ଅନୁଷ୍ଠାନର ସମ୍ପାଦିକା ବୀଣାପାଣି ମିଶ୍ର ପ୍ରଥମେ ସମସ୍ତ ମହିଳା ମାନଙ୍କୁ ସାମାଜିକ ଦୁରତା ରକ୍ଷା କରି ଗୁଞ୍ଜ ଅନୁଷ୍ଠାନର ଲକ୍ଷ୍ୟ ଓ ସତ୍ୟବାଦୀ ଅଞ୍ଚଳର ବିକାଶ ପାଇଁ ଗୁଞ୍ଜ ଅନୁଷ୍ଠାନ ସବୁ ବେଳେ ସ୍ୱାଦର ସହଯୋଗରେ କାର୍ଯ୍ୟ କରି ଆସୁଛି ବୋଲି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ସ୍ୱାଦ ଅନୁଷ୍ଠାନର ପ୍ରଭାତି ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି