ବରୀଶ୍ରୀର ଏକ ବିଂଶ ସଂଖ୍ୟା ଅନାବରଣ ଉତ୍ସବ
ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋପବନ୍ଧୁ ଓ ମା ରମାଦେବୀ ଆଶ୍ରମ ପରିସରେ ରବିବାର ବରିଶ୍ରୀର ଏକାଦଶ ବାର୍ଷିକ ଆସର ଓ ଏକ ବିଂଶ ସଂଖ୍ୟା ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜକୁ ଶୃଙ୍ଖଳିତ କରି ଗଢି ତୋଳିବାକୁ ହେଲେ ସାହିତ୍ୟର ଜରୁରୀ ଆବଶ୍ୟକତା ରହିଛି ବୋଲି ବିଶିଷ୍ଠ ସାହିତ୍ୟିକ ମାନେ ମତ ପ୍ରକାଶ କରିଥିଲେ । ବରିଶ୍ରୀର ସଭାପତି ଆଶୁତୋଷ ପରିଡା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅଧ୍ୟାପକ ତଥା ସାହିତ୍ୟିକ ପ୍ରଶାନ୍ତ ସାହୁ ଯୋଗଦାନ କରି ବରୀ ମାଟିରେ ସାହିତ୍ୟ,ସଂସ୍କୃତି ପରମ୍ପରା,ଐତିହ,କଳା ଭରପୁର ହୋଇ ରହିଛି ବୋଲି କହିଥିଲେ । ଏହି ମାଟିରେ କବି ଅଭିମନ୍ୟୁ ସାମନ୍ତ ସିଂହାର , କବି ବାଞ୍ଛାନିଧି ଦାସ, ଜନ୍ମ ନେଇ ସମାଜକୁ ସାହିତ୍ୟର ଦିଗ୍ ଦର୍ଶନ ଦେଇ ଯାଇଛନ୍ତି । ଏହି ମାଟିରେ ଜନ୍ମ ହୋଇ ବହୁ ବିଶିଷ୍ଠ ସାହିତ୍ୟକ,ସାମ୍ବାଦିକ, ,କଳାକାର. ବୈଜ୍ଞାନିକ ଦେଶ ବିଦେଶରେ ପରିଚିତ ହୋଇପାରିଛନ୍ତି । ସାହିତ୍ୟ ପାଇଁ ବରୀମାଟି ଉଦଜୀବିତ ହୋଇ ରହିଛି । ଏହି ମାଟିରେ ରମାଦେବୀ ଗୋପବନ୍ଧୁ ସେବାକରି ଇତିହାସରେ କିମ୍ବଦନ୍ତୀ ପାଲଟିଛନ୍ତି । ବରିଶ୍ରୀ ର ପ୍ରଚେଷ୍ଠାରେ ବରୀ ସାହିତ୍ୟର ବୈପ୍ଲବିକ ପରିବର୍ତ୍ତନ ଆସିଛି ବୋଲି ଅନ୍ୟତମ ସାହିତ୍ୟକ ରବିନ୍ଦ୍ର ନାଥ ମିଶ୍ର, ଅଭୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ମତ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ସମ୍ପାଦକ ସୁମନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିଲାବେଳେ ଷ୍ଟାଲିନ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବରିଶ୍ରୀର ଏକ ବିଂଶ ସଂଖ୍ୟା ଅନାବରଣ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ସାହିତ୍ୟିକ ବୃନ୍ଦାବନ ସାମଲ,ବିଷ୍ଣୁ ଚରଣ ମହାନ୍ତି, ବିଚିତ୍ରା ନନ୍ଦ ପୁହାଣ, କୁଂଜ ବିହାରୀ ଦାଶ,ଦୁର୍ଯ୍ୟୋଧନ ସତପଥି, ନିରଜଂନ ସାହୁ ,ଅଭିରାମ ସାହୁ, ବାଦଲ ମହାପାତ୍ର, ସୋମନାଥ ଦ୍ୱିବେଦୀ,ଜୀବନ ଜେନା ,ଅକ୍ଷୟ ବେଉରିଆ, ଦିଲ୍ଲିପ ଦାସ ପ୍ରମୁଖ ଶତାଧିକ ସାହିତ୍ୟକ ଉପସ୍ଥିତ ରହିଥିଲେ । େଶେଷରେ ଅମୂଲ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ