କୋଣାର୍କ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
କୋଣାର୍କ ----- ସର୍ବପୁରାତନ ଶିକ୍ଷାନୁଷ୍ଠାନ କୋଣାର୍କ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୬୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଶିକ୍ଷାବିତ୍ ଡ. ସଙ୍ଘମିତ୍ରା ମିଶ୍ର, ଗୋପ ମଣ୍ଡଳ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ର, ଶିକ୍ଷାବିତ୍ ଡ. ପିତବାସ ରାଉତରାୟ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାଶ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସତ୍ୟ, ଧର୍ମ ଓ ନ୍ୟୟକୁ ପାଥେୟ କରି ସମାଜର ବିଭିନ୍ନ କ୍ଷତ୍ରରେ ପ୍ରତିଭା ପ୍ରଦର୍ଶନ କରିବା ଦରକାର । ସାହାସୀ ଓ ସ୍ୱାଭିମାନୀ ହୋଇ ନିଜ ଦକ୍ଷତା ବଳରେ ଗୌରବ ଅର୍ଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ପ୍ରତାପ ରାଉତ ଅତିଥି ପରିଚୟ ଦେଇଥିବା ବେଳେ ପୁରାତନ ଛାତ୍ର ସଂସଦର ସଭାପତି ଚନ୍ଦ୍ରଶେଖର ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ଦଳାଇ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ପରିସରରେ ଅଧୟନରତ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ସମ୍ପର୍କରେ ଅତିଥିମାନଙ୍କର ଦୃଷ୍ଠି ଆକର୍ଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଧନେଶ୍ୱର ରାଉତରାୟଙ୍କ ପ୍ରତିମୃର୍ତ୍ତିକୁ ମନ୍ତ୍ରୀ ଶ୍ରୀ ଦାଶ ଉମୋଚନ କରିବା ସହ ପୁଷ୍ୱମାଲ୍ୟ ଅର୍ପଣ କରିବା ସହ ବିଦ୍ୟାଳୟର ମୁଖପତ୍ର ଅର୍କକ୍ଷେତ୍ର ପତ୍ରିକାକୁ ଉନୋଚନ କରିଥିଲେ । ଅପରାହ୍ନରେ ଆୟୋଜିତ ଦ୍ୱିତୀୟ ଅଧିବେସନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟେତିର୍ମୟ ଦଳାଇ, ସମ୍ବାନିତ ଅତିଥିଭାବେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାଶ, କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଡି ମାଲେଶ୍ୱର ରାଓ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ୧୯୫୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ପକ୍ଷରୁ ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ. ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷତ ହୋଇଥିଲା । ଏହି ଅବସରରେ ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ଶୈକ୍ଷିକ ଓ ବିଭିନ୍ନ କ୍ରିଡା ପ୍ରତିଯେଗୀତାରେ କୃତିତ୍ୱ ହାସଲ କରିଥିବା କୃତି ବିଦ୍ୟାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବକୁ ପୁରାତନ ଛାତ୍ର ସଂସଦର ସମ୍ପାଦକ ମାନସରଞ୍ଜନ ପାତ୍ର, ରାମକୃଷ୍ଣ ମହାନ୍ତି, ସୁରେଶ ଚନ୍ଦ୍ର ସ୍ୱାଇଁ, ବିନୋଦ ଗୋଛାୟତଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଦିଲ୍ଲୀପ ଦାସ. କୈଳାସ ଚନ୍ଦ୍ର ରାୟ, ଶିକ୍ଷୟିତ୍ରୀ ସ୍ରେୟାଶ୍ରୀ ପଣ୍ଡା, ସୁସ୍ମିତା ଦେ, ବରିଷ୍ଟ କର୍ମଚାରୀ ରବିନାରାୟଣ ସ୍ୱାଇଁ ଓ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ