Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟରରେ କଡା ପହରାରେ ପ୍ରଶ୍ନପତ୍ର


ସାକ୍ଷୀଗୋପାଳ ---  ଆଜିଠାରୁ  ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ଏଥିପାଇଁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି । କଡା ପ୍ରହରାରେ ମାଟ୍ରିକ୍ର ପ୍ରଶ୍ନପତ୍ର ରଖାଯାଇଛି । ସତ୍ୟବାଦୀ ବ୍ଳକରେ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତୃତୀୟା ଦେବ ବିଦ୍ୟାନିକେତନ ଶୁକଳ ଉକ୍ତ ପରୀକ୍ଷା କେନ୍ଦ୍ରକୁ ପୁରୀ ସଦର ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଏଠାରେ ପ୍ରାୟ ସତ୍ୟବାଦୀ ବ୍ଳକର ୩ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅନ୍ୟ ୬ଟି ପରୀକ୍ଷା କେନ୍ଦ୍ରକୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ରରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ବୋଲି ସେଣ୍ଟର ଦାୟତ୍ୱରେ ଥିବା ଶିକ୍ଷକ ସତ୍ୟବାଦୀ ଦାଶଙ୍କ ଠାରୁ ଜଣାପଡିଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୨୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା  ଦେବେ । ସେହିପରି  ସରକାରୀ ବାଳିକା ବିଦ୍ୟାଳୟରେ ୨୫୦ ଜଣ, ବୀରଗୋବିନ୍ଦପୁର ହାଇସ୍କୁଲରେ ୧୪୯, ରାୟଚକ୍ରଧରପୁର ହାଇସ୍କୁଲରେ ୨୦୧, ଜୟଦୁର୍ଗା ହାଇସ୍କୁଲରେ ୨୦୫ ଜଣ  ଓ ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମରେ ୨୯୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ରହିଥିବା ପ୍ରଶ୍ନପତ୍ର ରୁମକୁ  ୨୪ ଘଣ୍ଟିଆ ପୋଲିସ ଫୋର୍ସ ଜଗି ରହିଛନ୍ତି । ପରୀକ୍ଷା ଦିନ ସକାଳ ୭ଟା ଠାରୁ ପୋଲିସ ଫୋର୍ସ ସହିତ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନୋଡାଲ ସେଣ୍ଟର ଦାୟତ୍ୱରେ ଥିବା ଶିକ୍ଷକ ବିଜୟ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts