Breaking News

କବାଟ ଭାଙ୍ଗି ଚୋର ମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା ଓ ଆସବାପତ୍ର ; ପୋଲିସକୁ ପୁଣି ଚାଲେଞ୍ଜ

 ସାକ୍ଷୀଗୋପାଳ ----ସତ୍ୟବାଦୀ ପୋଲିକୁ ପୁଣି ଚୋର ମାନେ ଦେଇଛନ୍ତି ଚାଲେଞ୍ଚ । ଏକ ମାସ ମଧ୍ୟରେ ପ୍ରାୟ ୩ରୁ ୪ଟି ଏହି ପରି ଚୋର ମାନେ ଚୋରି କରି ନେଇଛନ୍ତି । ଏପରିକି ଏହି ମାସରେ କାଞ୍ଜିଆ, ବୀରଗୋବିନ୍ଦପୁର ମା ଦକ୍ଷୀଣକାଳୀଙ୍କ ମନ୍ଦିରରୁ ଚୋର ମାନେ ଏହିପରି କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ସହ ହୁଣ୍ଡିବାକ୍ସ ଚୋରି କରି ନେବାରେ ସଫଳ ହୋଇଛନ୍ତି ।  ସତ୍ୟବାଦୀ ପୋଲିସ ଗୋଟିଏ ଘଟଣାର ଫର୍ଦ୍ଦାଫାସ କରିବରେ ସଫଳ ହୋଇନାହିଁ । ଏକ ମାତ୍ର କେସରୁଜ କରି ସତ୍ୟବାଦୀ ପୋଲିସ ହାତବାନ୍ଦି ବସିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ କେନ୍ଦୁସାହି ଗ୍ରାମର ଦୀନବନ୍ଧୁ ଦଳାଇଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଚୋର ମାନେ ବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଆସବାପତ୍ର ଲୁଟି ନେବାରେ ସଫଳ ହୋଇଛନ୍ତି ।  ସୁଚନାଯୋଗ୍ୟ ଯେ ସୋମବାର ଦିନ ଏକମାତ୍ର ଦୀନବନ୍ଧୁଙ୍କ ସ୍ତୀ ସତ୍ୟଭାମା ଦଳାଇ ଖାଇପିଇ ଶୋଇଥିଲେ ।  ଦୁବୁର୍ତ୍ତମାନେ ବାରିପଟ କବାଟ ଭାଙ୍ଗି ଘରେ ପଶି ଗଡରେଜ ଆଲମାରୀରେ ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ନେଇଯିବା ସହ  ବାକ୍ସ ଓ ଏକ ଟ୍ରଲି ଆଟାଚା ନେଇଯାଇଥିବା ଜଣାପଡିଛି ।  ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ତଦନ୍ତ ଜାରି ରଖିଛି ।  ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ

Blog Archive

Popular Posts