Breaking News

ନୂଆଦିଲ୍ଲୀ ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାଦିବସ ଗୋପବନ୍ଧୁଙ୍କ ଜନ୍ମପୀଠରେ ପାଳିତ


 ସାକ୍ଷୀଗୋପାଳ -----  ନୂଆଦିଲ୍ଲୀ ସରିତା ବିହାରରେ ଥିବା ସେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜର ୨୧ ତମ  ପ୍ରତିଷ୍ଠାଦିବସ ଉପଲକ୍ଷେ ମଙ୍ଗଳବାର ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ପୀଠ ସୁଆଣ୍ଡୋରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ରାଲି ଏଠାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତା ଓ ଓଡିଶା ଶାଖା ସଂଯୋଜକ ସୁରେଶ କୁମାରଙ୍କ ତେୃତ୍ୱରେ ୨ଶହରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଗୋପବନ୍ଧୁଙ୍କ ଷଠିଘରେ ମହାପୁରଷଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ୨୦୦୮ ମସିହାରୁ  ଅନୁଷ୍ଠାନର ୨୪ଟି ଶାଖା ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ସେବା ମୂଳକ କାର୍ଯ୍ୟ କରାଯାଇ ଆସୁଛି ବୋଲି ଗୁଞ୍ଜର ମୁଖପାତ୍ର ଜଗଦୀଶ କୁମାର କହିଥିଲେ । ପୁରୀର ଗ୍ରାମ ବିକାଶ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଏବେ ସାମିଲ ହୋଇଛନ୍ତି । ଫନି ପରଠାରୁ  ବିଭିନ୍ନ ସେବା କାମ କରିବା ସହିତ ବାତ୍ୟାରେ କ୍ଷତିଗସ୍ତ ପରିବାର ମାନଙ୍କୁ ରିଲିଫ ଗୁଞ୍ଜ ପକ୍ଷରୁ ପ୍ରଦାନ କରାଯାଇ ଆସୁଛି ବୋଲି ପ୍ରତିଷ୍ଠାତା ଅଂଶୁ ଗୁପ୍ତା କହନ୍ତି । ପରଜାପଡା ଓ ବିଦ୍ୟାଧରପୁର ପଞ୍ଚାୟତର ପୁରୁଷ ମହିଳା ମାନେ ହାତରେ ବିଭିନ୍ନ ଲେଖା ଥିବା ପୋଷ୍ଠର ଧରି ସ୍କୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ  ସ୍ୱଚ୍ଛ ଭାରତ  ବାର୍ତ୍ତା ଗ୍ରାମବାସୀଙ୍କୁ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ବିକାଶ ସଂସ୍ଥାର ସଂଯୋଜକ ନିରଞ୍ଜନ ସାହୁ , ଧୃବ ଚରଣ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts