ବୁଧବାର ମେଟ୍ରିକ ପରୀକ୍ଷା... ୯ଟି କେନ୍ଦ୍ରରେ ୧୬୩୧ପରୀକ୍ଷାର୍ଥୀ
ବରଗଡ଼ --- ବୁଧବାର ୨୦୧୯-୨୦ ଶିକ୍ଷାବର୍ଷର ଦଶମ ଶ୍ରେଣୀ ହାଇସ୍କୁଲ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ଦୁଇ ତାରିଖରେ ଶେଷ ହେବ । ଅତାବିରା ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା ।
ଚଳିତ ଶିକ୍ଷାବର୍ଷର ମୋଟ ୧୬୩୧ଜଣ ଛାତ୍ରଛାତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷରୁ ଏହି ପରୀକ୍ଷା ପରିଚାଳିତ।ଏହି ପରୀକ୍ଷା ପାଇଁ ପରୀକ୍ଷା ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ଡେସ୍କପାଚ ପାଇଁ ସ୍ୱତନ୍ତ୍ର ଦୁଇଟି ଦଳ ଗଠନ କରାଯାଇଛି। ପ୍ରଥମ ଦଳରେ ୫ଟି ସ୍କୁଲ ଏବଂ ଦ୍ଵିତୀୟ ଦଳରେ ୪ଟି ସ୍କୁଲକୁ ଦାୟିତ୍ୱ ଦିଆଯାଇଛି।ପ୍ରଥମ ଦଳରେ ଶିକ୍ଷକ ସଚ୍ଚିଦାନନ୍ଦ ଧରୁଆ, ଯୋଗେଶ୍ୱର ସାହୁ ଏବଂ ଏସକଟ ପାଇଁ ଜଣେ ପୋଲିସ କର୍ମୀ ଏବଂ ଦ୍ବିତୀୟ ଦଳରେ ଶିକ୍ଷକ କୃଷ୍ଣଚନ୍ଦ୍ର ଗୋଖରା, ରାଜେଶ ପଟେଲ ଏବଂ ଜଣେ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଛନ୍ତି।ଏ ସମସ୍ତ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା,ଅତାବିରା ଉଚ୍ଚ ବାଳକ ବିଦ୍ୟାଳୟରେ ହିମାଂଶୁ ଶେଖର ସାହୁ,ବୀର ସୁରେନ୍ଦ୍ର ସାଏ ଦେବାହାଲ ରେଙ୍ଗାଲିକେମ୍ପ ହାଇସ୍କୁଲରେ ନନ୍ଦଲାଲ ବିଶ୍ୱାଳ,ଲସ୍ତଲା ହାଇସ୍କୁଲରେ ଅତୁଳ ରଥ,ପତ୍ରାପାଲି ହାଇସ୍କୁଲରେ ନରେଶ କୁମାର ପ୍ରଧାନ,କାଦୋବାହାଳ ହାଇସ୍କୁଲରେ ଭରତ ଚନ୍ଦ୍ର ପତି,ଲରମ୍ଭା ହାଇସ୍କୁଲରେ ଅଶ୍ୱିନୀ ପ୍ରଧାନ,ଗୋଡ଼ଭଗା ଜନତା ହାଇସ୍କୁଲରେ ଅଦନ ସୁନା ଓ ଲହଣ୍ଡା ହାଇସ୍କୁଲରେ ସଚ୍ଚିଦାନନ୍ଦ ନାଥ ପମୁଖ ପରୀକ୍ଷା ପରିଚାଳନା ଦାୟିତ୍ଵ ରେ ରହିଛନ୍ତି । ଗତବର୍ଷ ପରି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ପାଇଁ ଗୋଲ ବୁଲାଇବା ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି।ଚଳିତ ବର୍ଷ ପିଲାମାନଙ୍କୁ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଗୁଡିକ ଲେଖିବାକୁ ହେବ।ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟରେ ୧୮୭ଜଣ,ବାଳକ ଉଚ୍ଚ ବିଦ୍ୟାଳୟରେ ୧୭୭ଜଣ,ବୀର ସୁରେନ୍ଦ୍ର ସାଏ ଦେବାହାଳ ରେଙ୍ଗାଲିକେମ୍ପ ହାଇସ୍କୁଲରେ ୧୫୪ଜଣ,ଲହଣ୍ଡା ହାଇସ୍କୁଲରେ ୧୬୪ଜଣ,ଗୋଡ଼ଭଗା ଜନତା ହାଇସ୍କୁଲରେ ୨୦୩ଜଣ,ପତ୍ରାପାଲି ହାଇସ୍କୁଲରେ ୧୬୮ଜଣ,ଲସ୍ତଲା ହାଇସ୍କୁଲରେ ୧୬୨ଜଣ,ଲରମ୍ଭା ହାଇସ୍କୁଲରେ ୨୧୦ଜଣ ଓ କାଦୋବାହାଲ ପଞ୍ଚାୟତ ହାଇସ୍କୁଲରେ ୨୦୬ଜଣ ପରୀକ୍ଷାର୍ଥୀ ରହିଛନ୍ତି।ଏହି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା୩୦ରେ ଶେଷ ହେବ।କେବଳ ଗଣିତ ପରୀକ୍ଷା ଦିନ ଅପରାହ୍ନ ୧୨ଟା୪୫ମିନିଟ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡ଼ିଛି।
ବରଗଡ଼ରୁ ନବୀନ ଦାଶଙ୍କରିପୋର୍ଟ