Breaking News

ଜିଲ୍ଲାପାଳ ଙ୍କ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ; ମଧ୍ୟାହ୍ନ ଭୋଜନ ଚାଖିଲେ



 ବରଗଡ଼---- ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ  ମଙ୍ଗଳବାର ଅଚାନକ ଅତାବିରାରେ ୧୦ଟି ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ ।  କେନ୍ଦ୍ର ମାନଙ୍କର ସମସ୍ୟା ଉପରେ ଗୁରୁତ୍ୱ ଦେଇ  ବିଭିନ୍ନ ସ୍କୁଲରେ ଥଇଥାନ କରିଥିଲେ। ପିଲାଙ୍କ ପାଇଁ ପ୍ରସ୍ତୁତି ମଧ୍ୟାହ୍ନ ଭୋଜନ ଚାଖିଥିଲେ । ଜିଲ୍ଲାପାଳ ଓ ଅତାବିରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ବାବେବିରା ୩ନଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସମୟରେ ବେସରକାରୀ ସ୍ଥାନରେ ପାଠ ପଢ଼ୁଥିବା ଯୋଗୁଁ ତାଙ୍କୁ ଗାଁରେ ଥିବା କ୍ଳବ ଘରକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ବିପଦ ପୂର୍ଣ୍ଣ ଭି.ଏଲ.ଡବ୍ଲୁ କୋଠାଘରେ ୫ନଂ ଅଙ୍ଗନବାଡି କେନ୍ଦ୍ରର କୋମଳ ମତି ଶିଶୁମାନେ  ପଢୁଥିବା ଦେଖି ତୁରନ୍ତ ନିକଟସ୍ଥ ସରକାରୀ ୟୁପି ସ୍କୁଲ କୋଠା ଘରେ ପାଠ ପଢାଇବା ପାଇଁ କହିଥିଲେ।ଏହାପରେ ଅମସ୍ତଲା ଗାଁର ବିଭିନ୍ନ କେନ୍ଦ୍ର ବୁଲିବା ସହ ଅନେକ ସମସ୍ୟାକୁ ପରଖି ଦେଖିଥିଲେ।ସମୟ ହୋଇଯିବାରୁ ଲରମ୍ଭା୧ନଂ ଅଙ୍ଗନବାଡି କେନ୍ଦ୍ର ବିପର୍ଯ୍ୟସ୍ତ ହୋଇ ପଡିରହିଥିବାରୁ ତୁରନ୍ତ  ସ୍ଥାନୀୟ ସରକାରୀ ୟୁପି ସ୍କୁଲରେ କେନ୍ଦ୍ରକୁ ନେଇ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମଧ୍ୟାହ୍ନ ଭୋଜନ କିପରି ଚାଲିଛି ତାହା ଦେଖିବା ସହ ମଧ୍ୟାହ୍ନ ଭୋଜନ ଚାଖିଥିଲେ ଜିଲ୍ଲାପାଳ।ସେହିପରି ଦୀର୍ଘ ୨୩ବର୍ଷରୁ ୨୧ଟି କୋମଳ ମତି ଶିଶୁଙ୍କୁ ନେଇ ଖରା,ବର୍ଷା,ଶୀତ,କାକରରେ ଡିମ୍ବିରି ଗଛ ମୂଳେ ୧ନଂ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିଲା।ଯାହା ସ୍ଥାନୀୟ ଟୋପ ୟୁପି ସ୍କୁଲକୁ ସ୍ଥାନାନ୍ତର କରିଥିଲେ ଜିଲ୍ଲାପାଳ।ଅନ୍ୟତମ ୬ଟି କେନ୍ଦ୍ର ବୁଲି ଦେଖିବା ପରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ହେଲେ ପୂର୍ବତନ ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ପାଣିର ଗାର ସଦୃଶ୍ୟ ହୋଇଯାଇଛି । ମରଣଯନ୍ତାରେ ଥିବା ଲାଦେରପାଲି ହାଇସ୍କୁଲକୁ ସ୍ଥାନାନ୍ତର କରି ସ୍ଥାନୀୟ ଭାରତୀୟ ଖାଦ୍ୟ ନିଗମର ପଛପଟ ଖେଳ ପଡ଼ିଆ କୁ ଲାଗି ରହିଥିବା ସରକାରୀ ଜମିକୁ ଚିହ୍ନଟ କରି ତୁରନ୍ତ ଏଇ ସ୍ଥାନରେ ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ସ୍ଥାନୀୟ ରାଜସ୍ୱ ବିଭାଗ,ଉପ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ , ପୂର୍ତ୍ତ ବିଭାଗ,  ତ୍ପୂର୍ବତନ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କାଗଜପତ୍ର ଏବଂ ନକ୍ସା ତିଆରି କରି ନିର୍ଦ୍ଦେଶ ଦେବା ସହ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟିଙ୍କ ଉପସ୍ଥିତିରେ ଏହା କରାଯାଇଥିଲା ।  ଉକ୍ତ  ନିର୍ଦ୍ଦେଶ କେଉଁଠି ରହିଲା ତାହା ଜଣାପଡୁନାହିଁ । ଜିଲ୍ଲାପାଳ ଯେଉଁ ବାଟରେ ଆଜି ଯାଇଥିଲେ ସେଇ ବାଟରେ ଅନେକ ସମସ୍ୟା ରହିଛି ।ଯାହା ଗଣ ମାଧ୍ୟମରେ ପ୍ରକାଶିତ ହୋଇ ଦୃଷ୍ଟି ଗୋଚର ହୋଇଛି ।  ଦୀର୍ଘ ୫୦ ବର୍ଷର ବିକାଶ ଛୁଇଁ ପାରୁନଥିବା ବୈମାନଟିକ୍ରା ପୋଲ,ବାବେବିରା-ଅମସ୍ତଲାକୁ ସଂଯୋଗ କରୁଥିବା ତଥା ପ୍ରତିବର୍ଷ ଧୋଇ ହେଇଯାଉଥିବା ବାଲି ବନ୍ଧା ପୋଲ,ଏହାପରେ ଟୋପ ଅଙ୍ଗନବାଡି ଯିବା ରାସ୍ତାରେ ରକ୍ତ ଖୋଜୁଥିବା ପୋଲ ପ୍ରତି ଜିଲ୍ଲାପାଳଙ୍କଦୃଷ୍ଟି ପଡି ନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଯାହାକି ଏହି ଦୁଇ ପୋଲ ଦୀର୍ଘ ୬୦ରୁ ୭୦ବର୍ଷକୁ ଛୁଇଁଲାଣି ।  ବର୍ଷା ଦିନ କଥା ତ ତେଣିକି ଥାଉ ସାମାନ୍ୟ ଅଦିନିଆଁ ବର୍ଷା ହେଲେ ଏହି ଦୁଇ ପୋଲ ଉପରେ ଚାରି/ପାଞ୍ଚ ଫୁଟରୁ ଉର୍ଦ୍ଧ୍ବ ପାଣି ପ୍ରବାହିତ ହୋଇ ଅଞ୍ଚଳରେ ଲୋକେ ପାଣି ଘେରରେ ଦିନ ଦିନ ରହି ସମ୍ପୂର୍ଣ୍ଣ ଯାତାୟତ ଠପ ହୋଇଯାଇଥାଏ। ଏସବୁ ତଥା ଦୀର୍ଘ ବର୍ଷରୁ ଅନୁଦାନ ପାଇ ଅସମ୍ପୂର୍ଣ୍ଣ ଭାବରେ ପଡିରହିଥିବା ପାହାଡ଼ଶ୍ରୀଗିଡା ଅମଳିପାଲିବ୍ରିଜପଡା କେନ୍ଦ୍ର ନଂ-୧୩ ଓ ପାହାଡ଼ଶ୍ରୀଗିଡା ସଂହରାଟିକ୍ରାର କେନ୍ଦ୍ର ନଂ-୧୨ପ୍ରତି ଦୃଷ୍ଟି ଗୋଚର ହେଉ ନଥିବା କହନ୍ତି । ଜିଲ୍ଲାପାଳ ଆସି କେନ୍ଦ୍ର ମାନଙ୍କୁ କାମଚଳା ଭାବେ ସ୍ଥାନାନ୍ତର କଲେ ସିନା କିନ୍ତୁ ଏମାନଙ୍କ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଗୁଡିକ ନିର୍ମାଣ ହେବ କେବେ ଏହାରି ଅପେକ୍ଷାରେ ଅଞ୍ଚଳବାସୀ। ଜିଲ୍ଲାପାଳ ବଦଳି ଗଲେ ତାଙ୍କ ଦ୍ଵାରା କରାଯାଇଥିବା ପଦକ୍ଷେପ ମଧ୍ୟ ବଦଳି ଯାଉଛି । ଯାହା ଲାଦେରପାଲି ହାଇସ୍କୁଲ ନିଦ୍ଦେର୍ଶନାମାରୁ ଜଣାପଡେ ବୋଲି ଲୋକମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts