Breaking News

ଡିଏ , ବକେୟା ବଦ୍ଧିତ ଦରମା ଓ ଘରଭଡା ବୃଦ୍ଧି ନକରିବାରୁ ଶିକ୍ଷକ ସଂଘ ଅସନ୍ତୋଷ

  ଡେଲାଙ୍ଗ ----ଡେଲାଙ୍ଗ ମଣ୍ଡଳ ସ୍ତରୀୟ  ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ମିଟୁ କିଶୋର ପ୍ରଧାନ ସଭାପତିତ୍ୱ କରିଥିଲେ । ରାଜ୍ୟ ସରକାର ୫% ଡିଏ ୨୦୧୯ ଜୁଲାଇ ପହିଲାରୁ ଲାଗୁ ନ କରିବା , ୬୦% ବକେୟା ବର୍ଦ୍ଧିତ ଦରମା ପ୍ରଦାନ ନ କରିବା ଓ ଘରଭଡା ବୃଦ୍ଧି ନକରିବା ନେଇ ବୈଠକରେ ଶିକ୍ଷକ ଶିକ୍ଷୟତୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାରେ ନିସ୍ପତ୍ତି ଗ୍ରହଣ କରାଯାଇଥିଲା । ୫୦ % ଡିଏ ଜୁଲାଇ ମାସରୁ ଲାଗୁ କରିବା ସହିତ ୬୦% ବକେୟା ବର୍ଦ୍ଧିତ ଦରମା ପ୍ରଦାନକରିବା ଓ ଘରଭଡା ବୃଦ୍ଧି କରିବା ପାଇଁ ଶିକ୍ଷକ ସଂଘର କର୍ମକର୍ତ୍ତା  ମିଟୁ କିଶୋର ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ସେଠୀ, ଅନ୍ନପୂର୍ଣ୍ଣା ହରିଚନ୍ଦନ, ରମେଶ ଚନ୍ଦ୍ର ପଅଧାନ, ମିନା ଦେଇ, ୍ରଭୟ କୁମାର ରଥ, ଚନ୍ଦ୍ରଶେଖର ଧାଉଡିଆ, ମମତା ପ୍ରଧାନ, ସୁରେନ୍ଦ୍ର କୁମାର ସାହୁ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ କୁମାର ମିଶ୍ର ଓ ଅନନ୍ତ ଚରଣ ସାହୁ ପ୍ରମୁଖ ଦାବି କରିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts