ଦୟା ନଦୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ
ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ଗୋବିନ୍ଦ ସାହୁ (୮୦) ଦୟା ନଦୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବୃଦ୍ଧ ଜଣଙ୍କ ଶୌଚ ହେବାକୁ ନଦୀକୁ ଯାଇଥିଲେ । ସେଠାରେ ଗୋଡ ଖସି ଯିବାରୁ ପାଣି ରେ ବୁଡିଯାଇଥିଲେ । ମାତ୍ର ଘର ଲୋକ ବହୁ ଖୋଜା ଖୋଜି କରିଥିଲେ । ଆଜି ସକାରେ ବୃଦ୍ଧ ଜଣଙ୍କର ଶବ ଦୟାନଦୀରେ ଭାସୁଥିବାର ଦେଖି ଗ୍ରାମର କିଛି ଯୁବକ ମାନେ ନଦୀରୁ ଶବ କୂଳକୁ ଆଣିଥିଲେ । ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି