ସରଣ୍ଡାର ଅଷ୍ଟସମ୍ଭୁ ଶୈବପୀଠ ଶିବ ରାତ୍ରିରେ ଉତ୍ସବ ମୁଖର
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ। ପଶ୍ଚିମ ଓଡ଼ିଶାରେ ଆବାହାମ କାଳରୁ ଶୈବ,ଶାକ୍ତ ଓ ବୈଷ୍ଣବ ପରମ୍ପାର ଅପୁର୍ବ ସମନ୍ୱୟ ଘଟିଛି।ଗ୍ରାମ ମାନଙ୍କରେ ଗୋଟିଏ ପୀଠରେ ଏହି ତିନି ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ଭିଡ଼ ବର୍ଷ ତମାମ ଲାଗି ରହିଥାଏ। ଶହ ଶହ ବର୍ଷ ଆଗରୁ ରାଜା ମାନଙ୍କ ସମୟରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରଗଡ଼ର ବିଭିନ୍ନ ସ୍ଥାନରେ ଅଷ୍ଟଶମ୍ଭୁ ପୀଠ ରହିଅଛି।୧୫ଶହ ଅଣଞ୍ଚାଶ ମସିହାରୁ ଚୌହାନ ମାନଙ୍କ ସମୟ କାଳରେ ଏହି ମନ୍ଦିର ଗୁଡିକ ସୁନ୍ଦର ଭାବେ ଗଢା ହୋଇଥିଲା।ବରଗଡ଼ଜିଲ୍ଲାର ଅତାବିରାବ୍ଲକରେ ସରଣ୍ଡା ଗ୍ରାମ ଠାରେ ବାବା ବିଶ୍ୱେଶ୍ୱର ପୂଜା ଓ ସୋର୍ଣ୍ଣା ଗ୍ରାମର ସ୍ବପଣେଶ୍ୱର ମହାଦେବ ପୂଜା ପାଇଆସୁଛନ୍ତି।ଆଜି ପ୍ରାତଃ ୩ଟାରୁ ମହା ଶିବରାତ୍ରି ପାଇଁ ଏହି ଅଷ୍ଟଶମ୍ଭୁ ଦ୍ବୟର ପୀଠ ଉତ୍ସବ ମୁଖର ହୋଇ ଉଠିଛି।ଏହି ଶୈବ ପୀଠକୁ ନେଇ ଅନେକ ଜନ ଶୃତି ରହିଛି।ଏଠାକୁ ମାନସିକ ସିଦ୍ଧି ପାଇଁ ଆସୁଥିବା ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଜନମାନସରେ ବିଶ୍ୱାସ ରହିଛି । କୌଣସି ମାନସିକ ଧାରୀ ଯିଏ ଯୋଉ କୋଣ ଅନୁକୋଣରେ ଆସୁ ସମସ୍ତଙ୍କ ଦର୍ଶନ ପାଇଁ ସହଜ ସାଧ୍ୟ ରହିଛି ୫୩ନଂ ଜାତୀୟ ରାଜପଥ। ନିର୍ମାଣ ଶୈଳୀ ଦୃଷ୍ଟିରୁ ସରଣ୍ଡାରେ ଥିବା ବିଶ୍ୱେଶ୍ୱର ବାବାଙ୍କ ମନ୍ଦିର ଅନ୍ୟ ମନ୍ଦିର ତୁଳନାରେ ସାମାନ୍ୟ ଭିନ୍ନ ପରିଲକ୍ଷିତ ହୁଏ।ଭକ୍ତ ମାନଙ୍କ କହିବା ଅନୁଯାୟୀ ରାଜାଙ୍କ ଅଶ୍ୱ ରୋହଣ ସମୟରେ ଅଶ୍ୱଟି ଝୁଣ୍ଟି ପଡିବା ଯୋଗୁଁ ରାଜା ନିଜେ ତଳେ ପଡ଼ିଯାଇ ଥିଲେ। ଯେଉଁ ସ୍ଥାନରେ ଝୁଣ୍ଟି ପଡିଲେ ସେଇ ସ୍ଥାନରେ ଖୋଲା ଯିବା ପରେ ଓଁ ଲିଖିତ ଥିବା ବିଶ୍ୱେଶ୍ୱର ବାବାଙ୍କ ଆଭିର୍ଭାଵ ଘଟିଥିଲା।ସେହି ସମୟରେ ପୁଝାରି ରାଜାଙ୍କୁ ଦେଇଥିବା ଫୁଲ ଓ ବେଲପତ୍ରରେ ଏକ କେଶ ପଡିବା ଦେଖି ରାଜା କୁଆଡେ କେଶ ଥିବା ଶିବଲିଙ୍ଗ ଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ଏହି ଶିବରାତ୍ରି ପାଇଁ ପଣ୍ଡିତ ରାକେଶ ମିଶ୍ର ଆଜିର ପୂଜା ଦାୟିତ୍ୱ ତୁଲାଉଥିବାବେଳେ ସଚିଦା ମିଶ୍ର ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାୟିତ୍ବ ତୁଲାଉଥିଲେ। ମହାଶିବରାତ୍ରି କାର୍ଯ୍ୟକ୍ରମରେ ହଜାର ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା ଭକ୍ତମାନଙ୍କ ପାଇଁ ମହା ଭୋଗ ବଣ୍ଟନ କରାଯାଇଥିଲା।ପ୍ରସାଦ ବଣ୍ଟନରେ ଅନ୍ତ ମହାପାତ୍ର,ମାନସୀ ମହାପାତ୍ର, ସମାରୁ ମହାପାତ୍ର, ଟିକୁ,ଅନ୍ୟାନ୍ୟ ୨୦ଜଣ ଯୁବକ ସକ୍ରିୟ ସହଯୋଗ କରିଥିଲେ।ସେହିପରି ମନୋରଞ୍ଜନ ଦାୟିତ୍ବରେ ଭୂଷଭ ମେହେର,ବିନୋଦ ମେହେର ଓ ପ୍ରମୋଦ ମହାପାତ୍ର ପ୍ରମୁଖ ଥିବା ଜଣାପଡିଛି।ସକାଳେ ବାବାଙ୍କର ହୋମ,ମନ୍ତ୍ର ଉଚ୍ଚାରଣରେ ରେମଣ୍ଡାର କୃଷ୍ଣଗୁରୁ ଓ ଜଳନ୍ଧର ବଧ, ଏହା ସହ ମୋଟୁ ପତଳୁ ର କାର୍ଯ୍ୟ କ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା।ସନ୍ଧ୍ୟା ୬ଟାରୁ ସକାଳ ୩ଟା ପର୍ଯ୍ୟନ୍ତ ମାନସିକ ଧାରୀ ମାନେ ଉପବାସ ରଖି ମହାଦ୍ବୀପ କୁମ୍ଭ ଉପରକୁ ଚଢ଼ିବା ପରେ ମାନସିକ ଧାରୀ ମାନଙ୍କୁ ବାବା ଙ୍କ ଠାରେ ଅର୍ପଣ କରାଯାଇ ଥିବା ଗୋଟା ମୁଗ,ଗୁଡ଼,କନ୍ଦା ସହ ବେଳ ପତ୍ର ସେବନ କରିବାକୁ ଦିଆଯାଇଥାଏ। ସମସ୍ତ କାର୍ଯ୍ୟକ୍ରମକୁ ଶିବରାତ୍ରି କମିଟିର ସଭାପତି ସାଧୁ ମହାପାତ୍ର,ସଂପାଦକ ମନୋଜ ମହାପାତ୍ର,କୋଷାଧ୍ୟକ୍ଷ ଦାରସିଂ ମହାପାତ୍ର ବାବାଙ୍କ ସେଵାରେ ନିୟୋଜିତ ସେବାୟତ ତଥା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଜଣା ପଡିଛି।
ବରଗଡ଼ ନବୀନ ଦାଶଙ୍କ ରିପୋର୍ଟ