Breaking News

୧୫୦ ଲିଟର ଦେଶୀ ମଦ ଜବତ - ୧ ଗିରଫ


 ଡେଲାଙ୍ଗ  ହାଟ ବଜାର ଠାରୁ ଏକ ଅଟୋରେ ଦେଶୀ ମଦ ବିକ୍ରୟ ପାଇଁ ଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଡେଲାଙ୍ଗ ପୋଲିସ  ଉକ୍ତ ଅଟୋଟିକୁ ଅଟକାଇଥିଲେ । ଉକ୍ତ ଅଟୋନଂ ଓଆର, ୦୨, ବିୟୁ, ୨୦୭୨ ବୋଲି ଜଣାପଡିଛି । ଉକ୍ତ ଗାଡିରେ ୩୦ ପେଟି  ( ୧୫୦ ଲିଟର) ଦେଶୀ ମଦ ଜବତ କରିବା ସହ ଉପେନ୍ଦ୍ର ଘଡାଇ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଡେଲାଙ୍ଗ ଥାନା କେସନଂ ୨୬/ ୨୦୨୦ରେ ୫୨ ( ଏ) ଓଡିଶା ଅବକାରୀ ଆଇନ ଅନୁଯାୟୀ ପିପିଲି କୋର୍ଟକୁ ପଠାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts