ମା ଜାଗେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପୁରୀ ଶ୍ରୀକ୍ଷେତ୍ରଟିମ ଚମ୍ପିୟାନ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ବାଲିହୁଡା ଗ୍ରାମରେ ମା ଜାଗେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ୮ଟି ଦଳ ଭାଗ ନେଇଥିଲେ । ଭଲିବଲ ଖେଳାଳୀ ବିଷ୍ଠୁ ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚ ପୁରୀର ଶ୍ରୀକ୍ଷେତ୍ର ଭଲିବଲ କ୍ଳବ ସହିତ ନାଗପୁର ଭଲିବଲ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଶେଷରେ ପୁରୀର ଶ୍ରୀକ୍ଷେତ୍ର ଟିମ ଏ ବର୍ଷ ପାଇଁ ଚମ୍ପିୟାନ ହୋଇଥିବା ବେଳେ ନାଗପୁର ଦଳ ରନସ ହୋଇଥିଲେ । ଉଦଯାପନୀ ଉତ୍ସବବରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ( ନିଲୁ) କୁମାର ଷଡଙ୍ଗୀ ଓ ବିଜେପି ନେତା ଓମ ପ୍ରକାଶ ମିଶ୍ର ଯୋଗଦେଇ ଚମ୍ପିୟାନ ଓ ରନସ ଦଳକୁ ଟ୍ରଫି ସହି ମାନପତ୍ର ପ୍ରଦାନ କରିଥିଲେ । ପ୍ରକାଶ କର, କିର୍ତ୍ତନ ବିଶ୍ବାଳ ଓ ପପୁଭାଇ ଖେଳ ପରିଚାଳନା କରିଥିଲେ । ଲକ୍ଷ୍ମୀ ପ୍ରସାଦ ମିଶ୍ର ଅନ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି