ମା ଚମ୍ପାଦେବୀଙ୍କ ପୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ସାଉରିଆ ଗ୍ରାମ ପଞ୍ଚାୟତର ଓଉପଡା ଗ୍ରାମର ମା ଚମ୍ପାଦେବୀଙ୍କ ପୀଠରେ ୧୫ତମ ବିଶ୍ôଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରତ୍ନାକର କୋଦମାସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରଦ୍ଧଡ଼ାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାମ୍ୟରେ ଥିବା ପଦ୍ମ ପୋଖରୀରେ ୭ଜଣ ଯୁବକ ଘଟ ବୁଡାଇଥିଲେ । ପଣ୍ଡିତଙ୍କ ଦ୍ୱାରା ଅଭିମନ୍ତ୍ିତ ଜଳ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା । ଦୀପକ କୁମାର କୋଦାମାସିଂ ଓ ମମତା କୋଦମାସିଂ କର୍ତ୍ତା ଓ କର୍ତ୍ତୀ ଭାବେ କାର୍ଯ୍ୟ ସମାପନ୍ନ କରିଥିଲେ । ମୁଖ୍ୟ ପୁରୋଧା ମଦନ ମୋହନ ମିଶ୍ର, ପୂଜକ ବିଶ୍ୱନାଥ ରଣା ଯଜ୍ଞ କାର୍ଯ୍ୟ କରିଥିଲେ । ଗ୍ରାମର ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ କରିଥିଲେ । ଯୁଧିଷ୍ଠିର ମାର୍ଥା, କାହ୍ନୁଚରଣ ଭୁଜବଳ, ଶିବ ପ୍ରସାଦ ଭୁଜବଳ, ଦାସରଥି କୋଦମାସିହ, ରତ୍ନାକର କୋଦମାସିଂହ, ମହେନ୍ଦ୍ର କୋଦମା ସିଂହ, ବାବୁ କୋଦମାସିଂହ, ସାରଥି କୋଦମାସିହ, ମହେନ୍ଦ୍ର କୋଦମାସିଂହ ପ୍ରମୁଖ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ କରିଚାଳନାରେ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି ପରେ ଶ୍ରଦ୍ଦାଳୁ ମାନଙ୍କୁ ପ୍ରସାଦ ସେବନର ଆୟାଜନ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି