Breaking News

ଏନଡିଆରଏଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

କୋଣାର୍କ ----ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ଅଧିବେସନ ପୂର୍ବରୁ ଏନଡିଆରଏଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ  କୋଣାର୍କ ନିକଟସ୍ଥ ଅଚ୍ୟୁତପୁର ଗ୍ରାମରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ପ୍ରାକୃତିକ  ବିପର୍ଯ୍ୟୟ ସମୟରେ ଧନ ଜୀବନ ରକ୍ଷା କିଭଳି ସରଳ ଉପାୟରେ କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଏନଡିଆରଏଫ ଟିମିର ଇନ୍ସପେକ୍ଟର ସୁବ୍ରତ କୁମାର ଭୋଇ, ଇନ୍ସପେକ୍ଟର ବି ଚୌଧୁରୀଙ୍କ ସମେତ ଏନଡିଆରଏଫ ଟିମିର ସଦସ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ସାଧାରଣଲୋକଙ୍କୁ ବନ୍ୟା, ବାତ୍ୟା, ବଜ୍ରପାତ, ଅଗ୍ନିକାଣ୍ଡ, କାଳବୈଶାଖୀ ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଅନୁସନ୍ଧାନ, ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ବିଭିନ୍ନ କୌଶଳମାନ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ପ୍ରାପ୍ତ ଏହି  ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ଗ୍ରାମୀଣ ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ନିଜ  ଅଞ୍ଚଳର ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରିବା ସହ ପ୍ରଶାସନକୁ ସହଯୋଗ କରିପାରେବେ ବୋଲି ଏନଡିଆରଏଫ ଟିମି ଇନ୍ସପେକ୍ଟର ସୁବ୍ରତ କୁମାର ଭୋଇ କହିଛନ୍ତି ।  ସାମୁଦ୍ରିକ ଝଡ ଓ ପ୍ରକୃତିକ ବିପତ୍ତିର  ସମ୍ମୁଖିନ ହେଉଥିବା ଦେଶ ମାନଙ୍କୁ ନେଇ ଗଠିତ ହୋଇଛି ବିମ୍‌ଷ୍ଟେକ୍ । ଆସନ୍ତା ଫେବୃଆରୀ ମାସ ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ରାମଚଣ୍ଡୀଠାରେ ଏନଡିଆରଏଫ ପକ୍ଷରୁ ଦ୍ୱିତୀୟ ବିମ୍‌ଷ୍ଟେକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ଭୁଟାନ, ବାଙ୍ଗଲାଦେଶ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ପ୍ରତିନିଧି ମଣ୍ଡଳି ଏବଂ କୋନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦାଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ

Blog Archive

Popular Posts