ଜୀବନ ପାଇଁ ଏଠି ଚାଲିଛି ସଂଘର୍ଷ
ପୁରୀ-----ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । ସାଧାରଣ ଲୋକଙ୍କ ଦ୍ୱାରା ପ୍ରଶଂସା ସାଉଁଟିବା ଲକ୍ଷ୍ୟରେ ଯୋଜନା କରାଯାଇଛି । ବାସ୍ତବରେ ସେ ଯୋଜନା କିପରି ଭାବରେ ସଫଳ ହେଉଛି ତାକୁ ପରକ୍ଷିବା ପାଇଁ ବିଭିନ୍ନ ବିଭାଗର ସରକାରୀ ବାବୁଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ କିପରି ସରକାରୀ ବାବୁ ତଦାରଖ କରୁଛନ୍ତି ତାହା ସ୍ପଷ୍ଟ ବାରିହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ତାଳଦା ପଞ୍ଚାୟତର ବିଦୁଲତା ସ୍ଵାଇଁଙ୍କ ପାଖରୁ। ବିଦୁଲତା ସ୍ୱାଇଁ ଙ୍କ ଜୀବନ ଏତେ ସଂଘର୍ଷ ମୟ ନ ଦେଖିଲେ କେହି ବିଶ୍ୱାସ କରିବେନି । ବିଦୁଲତା ସ୍ବାଇଁ ବୟସ ପାଖାପାଖି ୬୨ ହେବ । ତାଙ୍କ ସଂସାର କହିଲେ ରୋଗଗ୍ରସ୍ତ ସ୍ବାମି ବାବାଜୀ ସ୍ବାଇଁ ଓ ବିବାହିତ ଝିଅ ସସ୍ମିତା ସ୍ବାଇଁ। ସବୁକିଛି ଠିକ୍ ଥିଲା ମାତ୍ର ଆଜିକୁ ପ୍ରାୟ ଏକ ବର୍ଷ ହେବ ହଠାତ୍ ଦିନେ ବିଦୁ ଲତାର ବ୍ରେନ ପାରାଲେସିସ ହେବା ଯୋଗୁ ସେ ବିଛଣାରେ ପଡ଼ିଲେ । ପରେ ସ୍ବାମୀ ବାବାଜୀ ମଧ୍ୟ ଟିବି ରେ ଆକ୍ରାନ୍ତ । ଝିଅ ବାହାଘର ପରେ ସତେ ଯେମିତି ବୋଝଉପରେ ନଳିତା ବିଡା ପରି ସ୍ବାମି ପରିକ୍ତତା ହୋଇ ଝିଅ, ତାଙ୍କ ପାଖରେ ରହୁଛନ୍ତି ସଂସାର ଚଳିବା ଏକ ପ୍ରକାର ବଡ଼ କଷ୍ଟଦାୟକ ହୋଇ ପଡ଼ିଛି। ଏହି ସମୟରେ ପ୍ରଳୟଙ୍କରୀ ଫନି ବାତ୍ୟା ତାଙ୍କ ବଞ୍ଚିବା ଆଶାକୁ ଖିଣ କରିଥିବା କୋହଭରା କଣ୍ଠରେ ବିଦୁଲତା କହିଛନ୍ତିି ।
ଗୋଟିଏ ପଟେ ଜୀବନ ପାଇଁ ସଂଘର୍ଷ ଓ ଅନ୍ୟପଟେ ପ୍ରଶାସନ ର ଅଣଦେଖା ତାଙ୍କ ମନୋବଳକୁ ଦୁର୍ବଳ କରିଛି । ଫାନିକୁ ବିତିଗଲାଣି ୯ ମାସ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ କୌଣସି ଲୋକକ ପାଦପଡିନଥିବା କହିଛନ୍ତି। ଫନିରେ ତାଙ୍କ ଝାଟିମାଟି ଘର ସଂପୂର୍ଣ ନଷ୍ଟ ହୋଇଥିବା ବେଳେ ଏବେ ସେ ପର ହାତ ଟେକାରେ ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ରହୁଛନ୍ତି । କୌଣସି ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି । ଏମିତିକି ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବାରମ୍ବାର ମାଗି ଜାଚି ମେଡିକାଲ ଯାଇଥିଲେ ମଧ୍ୟ ସରକାରୀ ସ୍ବାସ୍ଥ୍ୟ ବୀମା ତାଙ୍କ ପାଇଁ ସାତ ସପନ। ସରକାରଙ୍କର ବିଭିନ୍ନ ଯୋଜନା କାହାପାଇଁ ବେଲି ପ୍ରଶ୍ନ କରିଛନ୍ତି ପିଡିତ ବାବାଜୀ ସ୍ବାଇଁ ।ଏବଂ କହିଛନ୍ତି ରାଜ୍ୟ ସରକାରଙ୍କ ୫ଟି ଯୋଜନା ଦଳୀୟ ଓ ପଇସା ବାଲା ପରିବାର ପାଇଁ । ଆମ ପରି ଗରିବ ଲୋକମାନଙ୍କ ପାଇଁ ନାହିଁ କହିଛନ୍ତି ।
ଯେଉଁଠି ରାଜ୍ୟ ସରକାର ସମସ୍ତଙ୍କୁ ମୋ ପରିବାର ର ସଦସ୍ୟ କହୁଛନ୍ତି ସେ ପରିବାରର ବିଦୁଲତା ସ୍ବାଇଁ କଣ ଏକ ମେମ୍ବର ନୁହଁନ୍ତି କି? ଆଜିକୁ ୯ମାସହେବ ରାଜିବ ଗାନ୍ଧୀ ସେବା କେନ୍ଦ୍ର ରେ ଅସହାୟ ଅବସ୍ଥାରେ ଥିବା ବିଦୁଲତା ସଂପର୍କରେ ସରକାର ବା ଜିଲ୍ଲା ପ୍ରଶାସନଙ୍କ ପାଖରେ କଣ ସୂଚନା ନାହିଁ? ବାବାଜୀ ସ୍ବାଇଁ ଏକ ଗରୀବ ଦିନ ମଜୁରିଆ ହୋଇଥିବାରୁ ତାର କରୁଣ ଚିତ୍କାର କଣ ସରକାରୀ ବାବୁ ମାନଙ୍କ କାନରେ ବାଜୁନି ? ଚେଇଁ ଶୋଇଥିବା ପ୍ରଶାସନିକ ଅଧିକାରୀଙ୍କ ନିଦ କେବେ ଭାଙ୍ଗିବ ଓ ବିଦୁଲତା ପରିବାର ପ୍ରତି ଆଶା ବାଡି ସାଜିବ ତାହା ଦେଖିବାକୁ ରହିଲା।