ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ଆକ୍ରମଣ
ପୁରୀ----ଗୁଣି ଗାରେଡି ସନ୍ଦେହ ରେ ଜଣେ ମହିଳା ଙ୍କ ଘରେ ପଶି କାଠ ଫଳିଆ ଓ ଲୁହା ରଡ଼ରେ ନିସ୍ତୁକ ମାଡ଼ ମରାଯାଇଥିବା ଥାନା ରେ ଅଭିଯୋଗ। ପୁରୀ ଜିଲା କୃଷ୍ଣ ପ୍ରସାଦ ଥାନା ଜଙ୍ଗଲୀ ନୂଆ ସାହିରେ ଏହି ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗମା ଜେନା ଓ ତାଙ୍କ ପରିବାର ଲୋକ ଗୁଣି ଗାରେଡି ସନ୍ଦେହ ରେ ପିଡିତା ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପିଡିତା ଙ୍କ ଅଭିଯୋଗ ଅନୁଯାୟୀ ଗମା ଜେନା ଙ୍କ ଝିଅ କୁ ଦୀର୍ଘ ଦିନ ହେବ ଜ୍ୱର ହେଉଥିଲା। ତେବେ ପିଡିତା ମହିଳା ଜଣଙ୍କ ଗୁଣି ଗାରେଡି କରି ତାଙ୍କ ଝିଅ କୁ ଅସୁସ୍ଥ କରାଇଥିବା ସନ୍ଦେହ କରି ଗତକାଲି ସନ୍ଧ୍ୟାରେ ପିଡିତା ମହିଳା ଙ୍କ ଘରେ ପଶି ମାଡ଼ ମାରିବା ସହ ଗାଁ ଦାଣ୍ଡ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ଘଟଣା କୁ ନେଇ କୃଷ୍ନ ପ୍ରସାଦ ଥାନା ରେ ଏତଲା ହୋଇ ଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ପିଡିତା ମହିଳା ଅଭିଯୋଗ କରିଛନ୍ତି। ଅନ୍ୟପଟେ ନିସ୍ତୁକ ମାଡ଼ ଯୋଗୁ ମହିଳା ଙ୍କ ଦେହ କ୍ଷତ ଚିନ୍ହ ଥିବା ବେଳେ ସେ ପୁରୀ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ତେବେ ଅଭିଯୁକ୍ତ ମାନେ ତାଙ୍କୁ ଜିବନ ରେ ମାରି ଦେବା କୁ ଧମକ ଦେଇ ଥିବା ହେତୁ ସେ ଗାଁ କୁ ଫେରିବାକୁ ସୁରକ୍ଷିତ ମଣୁ ନ ଥିବା ପିଡିତା ମହିଳା କହିଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠ