ଅଷ୍ଟାଦଶ ସନାତନ ବୈଦିକ ଧର୍ମ ସମ୍ମିଳନୀ
ବାଳକାଟି---- ସନାତନ ଧର୍ମକୁ ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ପଙ୍କଉଦ୍ଦାର ଏକାଦଶୀ ତିଥିରେ ଗୁରୁଦେବଙ୍କ ଜନ୍ମ ତିଥୀ ଓ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ସ୍ଥାନରେ ଏହି ଦର୍ମ ସମ୍ମିଳନୀ କରାଯାଉଛି । ଚଳିତ ବର୍ଷ ପୁରୁଣା ଝିଣ୍ଟି ଶାସନ, ବାଳକାଟୀ, ଖୋର୍ଦ୍ଦରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ପ୍ରାନ୍ତରୁ ଶତାଧିକ ପୁରୁଷ ମହିଳା ମାନେ ଯୋଗ ଦେଇ ଗୁରୁ ସେବା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଧର୍ମସଭାରେ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ଶର୍ମା କୁଳାଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ମହେଶ୍ୱର ଦାଶ, ଶ୍ରୀମଦ ଶଙ୍କରାନନ୍ଦ ସରସ୍ୱତୀ ଯୋଗଦେଇ ସନାତନ ଧର୍ମ ଉପରେ ମତ ରଖିଥିଲେ । ସେହିପରି ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା ଏଥିରେ କର୍ତ୍ତା ଭାବେ ସନାତନ ଗୁରୁ ଶ୍ରୁୀ ଗୋପାଳ ଚନ୍ଦ୍ର ମିଶ୍ର ଶର୍ମା, ଉମା ଶଙ୍କର ତ୍ରିପାଠୀ, ଶ୍ରୀ ବିହାରୀ ଦିକ୍ଷୀତ, ଶ୍ରୀମତି ସରୋଜିନି ଦ୍ୱିବେଦୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସନାତନ ର୍ଧମସଭା କରାଯିବା ପରେ ସବୂହ ପ୍ରସାଦବଣ୍ଟନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି