Breaking News

ଡେଲାଙ୍ଗରେ ହାତୀ ଆତଙ୍କ

 
 ଡେଲାଙ୍ଗ--- ଡେଲାଙ୍ଗରେ ହାତୀ ଆତଙ୍କ ସୃଷ୍ଟି ହୋଇଛି । ବରୁଣେଇ ଜଙ୍ଗଲରୁ ଏକ ହାତୀ ଦୟାନଦୀର ବାମପାଶ୍ୱ   ଶିଶୁୁଆପଡା ଗ୍ରାମର କୃଷ୍ଣଚନ୍ଦ୍ର ଜେନା ଙ୍କ ଚାଳ ଘର ଭାଙ୍ଗିବା ସହ  ଗ୍ରାମରେ  ତାରେଣୀ ମନ୍ଦିର ନିକଟରେ ଥବା ତାଙ୍କର ସାରୁ କିଆରିରେ ପଶି ନଷ୍ଟ କରିଥିବା ଜଣାପଡିଛି । ଲୋକମାନେ ସାରୁ କିଆରିରେ ଷଣ୍ଢ ଭାବି ଟର୍ଚ୍ଚ ମାରିବାରୁ ହାତୀ ଦେଖିଥିଲେ । ଭୟରେ ଲୋକମାନେ ପଳେଇଥିଲେ । ହାତୀଟି ଖୁଣ୍ଠିଆସାହି କୁମୁକା ଜଙ୍ଗଲ ନିକଟରେ ଥିବା ଲୋକମାନେ କହିଛନ୍ତି ।  ଖବର ପାଇ ଜଙ୍ଗଲ ବିଭାଗର ବନାଞ୍ଚଳ   ଶଶି ଭୂଷଣ ବଳିୟାର ସିଂହ ଙ୍କ ସହିତ ଅନ୍ୟ କର୍ମଚାରୀ  ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗରେ କୁମୁକା ଜଙ୍ଗଲରୁ ହାତୀ ଘଉଡାଇବା ପାଇଁ ଉଦ୍ଦ୍ୟମ ଜାରି ରଖିଥବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 🐘

Blog Archive

Popular Posts